IND vs NZ: ବେଙ୍ଗାଲୁରୁରେ ବର୍ଷାର ତାଣ୍ଡବ, ସ୍କୁଲ-କଲେଜ ବନ୍ଦ ! ଧୋଇ ହୋଇଯିବ ପ୍ରଥମ ଦିନର ଖେଳ

Published By : Prameya-News7 Bureau | October 15, 2024 IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଭୀଷଣ ବର୍ଷା ଜାରି ରହିଛି। ଅନେକ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ଭରି ରହିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା କାରଣରୁ ବୁଧବାର ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି ସ୍ଥିତିରେ ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍‌ ଉପରେ ବର୍ଷାର କଳା ବାଦଲ ଛାଇ ଯାଇଛି।

ବର୍ଷାରେ ପୂରା ସହରର ସ୍ଥିତି ବେହାଲ ରହିଛି। ଏଥିପାଇଁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କଲେଜ୍ ଖୋଲା ରହିବ। ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଭାରତୀୟ ଦଳର ଖେଳାଳି ଅଭ୍ୟାସ୍ କରି ପାରି ନାହାନ୍ତି। ପରିସ୍ଥିତିକୁ ଦେଖିଲେ ଆସନ୍ତାକାଲି ପ୍ରଥମ ଦିନର ଖେଳ ରଦ୍ଦ ହେବାର ସମ୍ଭାବନା ଅଧିକ ରହିଛି। 

Also read: ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌, ଜାଣନ୍ତୁ କିପରି ରହିବା ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ସଂପୂର୍ଣ୍ଣ ଭାବେ ବର୍ଷାରେ ଧୋଇ ଯିବାର ସମ୍ଭାବନା ରହିଛି। ପୂରା ଦିନ ଆକାଶରେ ବାଦଲ ଛାଇ ରହିବ। ବିଳମ୍ବିତ ରାତି ଓ ସକାଳେ ମଧ୍ୟ ବର୍ଷା ହେବା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବୁଧବାର ଅପରାହ୍ଣ ୨ଟା ୩୦ରେ ବର୍ଷା ଛାଡ଼ିଲେ ମଧ୍ୟ ପୁଣି ୪ଟାରୁ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ର ୫ ଦିନ ବର୍ଷା ହେବାର ସମ୍ଭାବନା ୬୦ ପ୍ରତିଶତରୁ ଅଧିକ ରହିଛି। 

ତେଣୁ ବର୍ଷା ବନ୍ଦ ହେଲେ ମଧ୍ୟ ପଡ଼ିଆ କର୍ମଚାରୀଙ୍କୁ ପଡ଼ିଆ ସୁଖାଇବା ମୁସ୍କିଲ ହୋଇପାରେ। ତେଣୁ ବେଙ୍ଗାଲୁରୁ ଟେଷ୍ଟ ରଦ୍ଦ ହେବାର ସମ୍ଭାବନା ଅଧିକ ରହିଛି। ଉଲ୍ଲେଖନୀୟ ଏହା ପୂର୍ବରୁ ଭାରତ-ବାଂଲାଦେଶ କାନପୁର ଟେଷ୍ଟରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ଭାରତ ଟି-୨୦ ଶୈଳୀରେ ଖେଳି ଦୁଇ ଦିନରେ ମ୍ୟାଚ୍ ସମାପ୍ତ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.