ସୁଶାନ୍ତଙ୍କୁ ମନେପକାଇ ଇମୋସନାଲ୍‌ ହେଲେ ଅଙ୍କିତା, କହିଲେ-କାହିଁକି ଅନ୍ତିମ ସଂସ୍କାରରେ ଯାଇନଥିଲେ ?

Published By : Prameya-News7 Bureau | November 22, 2023 IST

ମୁମ୍ଵାଇ ୨୨।୧୧: କଲର୍ସ ଟିଭିର ଲୋକପ୍ରିୟ ଟିଭି ଶୋ’ ବିଗ୍ ବସ୍ ୧୭ । ଶୋ’ରେ ଅନେକ ପ୍ରତିଯୋଗୀ ମଧ୍ୟରେ କଡା ଟକ୍କର ଚାଲିଛି । ଏହାରି ଭିତରେ ଅଙ୍କିତା- ଭିକିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ଅଙ୍କିତା ପୁଣି ଥରେ ସୁଶାନ୍ତଙ୍କୁ ମନେ ପକାଇ ଭାବପ୍ରବଣ ହୋଇଥିଲେ। ମୁନାୱାର ଫାରୁକିଙ୍କ ସହ ବାର୍ତ୍ତାଳାପ ସମୟରେ ଅଙ୍କିତା ଅଭିନେତାଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯାଇନଥିଲେ ସେ ବିଷୟରେ ମଧ୍ୟ କହିଥିଲେ।

ବର୍ତ୍ତମାନ ଗୋଟିଏ ଏପିସୋଡ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ମୁନାୱାର୍ କବିତା ପଢୁଥାଆନ୍ତି । ଏଭଳି ପରିସ୍ଥିତିରେ ଅଙ୍କିତା ମୁନାୱାରଙ୍କୁ କୁହନ୍ତି, ଏହି ସବୁ କୁହ ନାହିଁ, ମୋତେ ବହୁତ ଖରାପ ଲାଗୁଛି… ହେଲେ ତୁମେ ଯାହା କହିଥିଲ ତାହା ମୋତେ ଭଲ ଲାଗିଲା। '' ଏହା ପରେ ଅଙ୍କିତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ 'ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ର' ଗୀତ କୌନ ତୁଜେ ୟୁଁ ପ୍ୟାର କରଗା .. ' ଗାଇବା ଆରମ୍ଭ କରିଥିଲେ।

wp:html /wp:html

ଅଙ୍କିତା କହିଥିଲେ ସୁଶାନ୍ତ ବହୁତ ଭଲ ବ୍ୟକ୍ତି ଥିଲେ। ସୁଶାନ୍ତ ମଧ୍ୟ ଭିକିଙ୍କ ସାଙ୍ଗ ଥିଲେ। ତା ପରି କେହି ହେବେ ନାହିଁ । ହେଲେ ବର୍ତ୍ତମାନ ସେ ଏହି ଦୁନିଆରେ ନାହାଁନ୍ତି, ଏହା ସବୁଠାରୁ ଖରାପ୍‌ ଲାଗୁଛି । ଯଦି ମୁଁ ଆଜି ଏଠାରେ ଅଛି କେବଳ ତାଙ୍କ ପାଇଁ .. ମୋତେ ସେ ବହୁତ ସପୋର୍ଟ କରିଥିଲେ । ହେଲେ ମୁଁ ତାଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ଯାଇ ପାରି ନଥିଲି। କାହିଁକି ନା ମୋ ପାଖରେ ଧର୍ଯ୍ୟ କି ସାହାସ ନଥିଲା । ମୁଁ ଏହା କିପରି ଦେଖିବି? ଏଥିପାଇ ଯାଇପାରିଲି ନାହିଁ ।

wp:embed {"url":"https://www.prameyanews7.com/salman-pushed-shahrukh-from-the-bed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salman-pushed-shahrukh-from-the-bed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.