ବିଜାପୁରରେ ପୁଣି ମାତିଲେ ମାଓବାଦୀ, ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା

Published By : Prameya-News7 Bureau | February 20, 2025 IST

ମାଲକାନଗିରି ୨୦/୦୨: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ବାରସୁର ଥାନା ଅନ୍ତର୍ଗତ ତୋଡମା ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦୂତ ବାମନ କାଶ୍ୟବ ଓ କୋଶଲନାର ଗ୍ରାମର ଜଣେ ସାଧାରଣ ଆଦିବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ ।

also read..

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ତିନିଦିନିଆ ରିମାଣ୍ଡରେ ଅଦ୍ଭିକ୍‌ ଶ୍ରୀବାସ୍ତବ

ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । କମ୍ୱିଂ ଅପରେସନ ଆରମ୍ଭ କରିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.