ବ୍ରହ୍ମପୁର ୨୯।୮: ଚିକିଟି ମଦ ମୃତ୍ୟୁ ଘଟଣାରେ ପୋଲିସର ଆକ୍ସନ ଜାରି ରହିଛି । ଜଣକ ପରେ ଜଣଙ୍କୁ ଗିରଫ କରୁଛି ପୋଲିସ । ମଦ ପ୍ରସ୍ତୁତକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ମଦ ପ୍ରସ୍ତୁତ ବେଳେ ଯେଉଁ ଚେରକୁ ବ୍ୟବହାର କରାଯାଉଥିଲା ସେହି ଚେରକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି । ସଉଦି ଚେରକୁ ଜବତ କରାଯାଇଥିବା ବେଳେ ମଦ ପ୍ରସ୍ତୁତକାରୀ ସୁଦାମ ମଲ୍ଲିକଙ୍କୁ ଗିରଫ କରାଯାଇଥିବା ନେଇ ଏସ୍ପି କହିଛନ୍ତି । ଜବତ ଚେରକୁ ପରୀକ୍ଷା ପାଇଁ ପରୀକ୍ଷାଗାରାକୁ ପଠାଯାଇଥିବା ଏସ୍ପି କହିଛନ୍ତି ।
ତୁମ୍ବା ଆଉଟ୍ ପୋଷ୍ଟ ଅଞ୍ଚଳ ରାମଚନ୍ଦ୍ରପୁର ଗାଁରେ ପୋଲିସର ଚଢାଉ କରି ୧୨ ହଜାର ଲିଟର ପୋଚ, ୮୦ ଲିଟର ମଦ ନଷ୍ଟ କରିଥିବା ପୋଲିସ କହିଛି । ବେଆଇନ ମଦ ଦମନ ଚଢ଼ାଉ ଜାରି ରହିଛି । ବେଆଇନ, ଚୋରା ମଦ ସମୂଳେ ମୂଳପୋଛ ପର୍ଯ୍ୟନ୍ତ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସ୍ପି କହିଛନ୍ତି । ସେପଟେ ଗତ ସପ୍ତାହେ ମଧ୍ୟରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏପର୍ଯ୍ୟନ୍ତ ୬୦ ହଜାର ପୋଚ, ମଦକୁ ନଷ୍ଟ କରିଛନ୍ତି । ୭୩ଟି ମାମଲା ରୁଜୁ ହୋଇଥିବା ବେଳେ ୩୮ ଜଣଙ୍କୁ ଗିରଫ କରିଥିବା ନେଇ ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଫେରାର ଥିବା କହିଛନ୍ତି । ଗୋଟିଏ ସିଲିଂ ମେସିନ, ଦୁଇଟି ଦୁଇ ଚକିଆ ଯାନ ଜବତ କରିଥିବା ବେଳେ ଚଢ଼ାଉ ଆହୁରି ଜାରି ରହିବ ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି ।
You Can Read: