ଛତ୍ରପୁର ୭।୧: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ତିଛିଣୀ ଗ୍ରାମର ମୋହନ ରାୟଗୁରୁ ଓ ପୁଅ ତ୍ରୟମ୍ବକମ୍ ରାୟଗୁରୁ । ସ୍ତ୍ରୀ ଗାୟତ୍ରୀ ରାୟଗୁରୁ ଗୁରୁତର ଆହତ ହୋଇ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏକ ବାଇକ୍ରେ ମୋହନ ନିଜ ଗ୍ରାମରୁ ଶ୍ବଶୁରଘର ୟୁଡିଏସ୍ପୁର ଗ୍ରାମରୁ ଆସୁଥିବା ବେଳେ ଅରୁଣପୁର ଛକ ନିକଟରେ ରମ୍ଭାରୁ କୃଷ୍ଣପ୍ରସାଦ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଅରୁଣପୁର ଛକ ନିକଟରେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ତ୍ରୟମ୍ବକମ୍ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା-ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ପଠାଯାଇଥିଲା । ବ୍ରହ୍ମପୁରରେ ବାପା ମୋହନଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ରମ୍ଭା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
You Can Read:
ହଂସିତାଙ୍କ ଲିଙ୍କ୍ର ବାଲିଗୁଡାରେ ଆୟକର ଟିମ୍, ଶ୍ବଶୁର ଘରେ ଚାଲିଛି ଛାନଭିନ୍