ବେଜିଂ: ଚୀନରେ ବାରମ୍ବାର ମାତୁଛି କରୋନା ଲାଗୁ ହେଉଛି କଟକଣା। କଡ଼ା କଟକଣାରେ ଅସ୍ତବ୍ୟସ୍ତ ଜନଜୀବନ। ରାଗରେ ଗର ଗର ଲୋକ ଶେଷରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କଲେଣି। ସମସ୍ତଙ୍କ ମୁହଁରେ ଗୋଟିଏ ନାରା ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ତୁମେ ଇସ୍ତଫା ଦିଅ। କଟକଣା ହଟାଅ। ସଂଘାଇରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଲୋକମାନେ ରାସ୍ତା ଉପରକୁ ଓହ୍ଲାଇ ଜିନପିଙ୍ଗଙ୍କ ବିରୋଧରେ ନାରାବାଜୀ କରିଛନ୍ତି।
ଉରମକି ଅଗ୍ନିକାଣ୍ଡ ପୀଡ଼ିତଙ୍କ ସମର୍ଥନରେ କ୍ୟାଣ୍ଡେଲାଇ୍ଟ୍ରେ ଆସି ଆନ୍ଦୋଳନକାରୀମାନେ ଜିନ୍ପିଙ୍ଗ ଡାଉନ ଡାଉନ୍ ନାରା ଦେଇଥିଲେ। ଗୁରୁବାର ଉରମକି ସହରରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିଲେ। ଉକ୍ତ ଅଞ୍ଚଳରେ କଡ଼ା ଲକ୍ଡାଉନ୍ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଲୋକମାନେ ବାହାରକୁ ବାହାରି ପାରିନଥିଲେ। ଫଳରେ ଅଧିକ ଲୋକଙ୍କର ଜୀବନ ଗଲା ବୋଲି ବିକ୍ଷୋଭକାରୀ ନାରା ଦେଉଛନ୍ତି।
wp:html/wp:htmlRare protests broke out in China's Xinjiang region opposing prolonged COVID-19 lockdowns, according to footage seen on social media https://t.co/tHXkz5lRon pic.twitter.com/0phutiecBX
— Reuters (@Reuters) November 26, 2022
ଏଥିପାଇଁ ନାରା ଦେଇ କମ୍ୟୁନିଷ୍ଟ ପାର୍ଟି ଷ୍ଟେପ୍ ଡାଉନ୍ , ଜିନପଙ୍ଗ୍ ଡାଉନ ନାରା ଦେଉଛନ୍ତି। ବିକ୍ଷୋଭକାରୀମାନେ ପୁଲିସ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ପୁଲିସ ଅନେକ ଲୋକଙ୍କୁ ଗରିଫ କରିବା ସହିତ କିଛିଙ୍କୁ ଅଟକ ରଖିଛି।
ଅନ୍ୟପଟେ ଉରମକି ପ୍ରଶାସନ କିନ୍ତୁ ଅଗ୍ନିକାଣ୍ଡ ବେଳେ କଟକଣାକୁ ଅସ୍ୱୀକାର ରହିଛନ୍ତି। ସେଠାରେ କୌଣସି ବ୍ୟାରିକେଡ୍ ନଥିଲା। ବିଲ୍ଡିଂରେ ନିଆଁ ଲାଗିବା ପରେ ଲୋକମାନଙ୍କୁ ଯିବାକୁ ଦିଆଯାଇଥିଲା ବୋଲି ପ୍ରଶାସନ କହିଛି।