ଭଦ୍ରକ ୧।୨: ଭଦ୍ରକ ମାଧବ ସିନେମା ହଲ୍ରେ ଶୁଭମୁକ୍ତି ହୋଇଯାଇଛି ଚଳଚ୍ଚିତ୍ର ‘ଅପରାହ୍ନର ସୂର୍ଯ୍ୟ’ । ଏହା ୪୦ ବର୍ଷ ତଳର ମୁଣ୍ଡ ପୋତା କେଳାଙ୍କ ଜୀବନୀ ଉପରେ ଆଧାରିତ ଏକ କାହାଣୀ । ଏହି ଚଳଚ୍ଚିତ୍ର ‘ଅପରାହ୍ନର ସୂର୍ଯ୍ୟ’ ଭଦ୍ରକ ଜିଲ୍ଲାରେ ସକାଳ ୧୦ଟାରେ ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଜୟ ମହାନ୍ତି, କଳାକାର କଳିଙ୍ଗ ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଚଳଚିତ୍ରରେ ଦର୍ଶଯାଇଥିବା କେଳା ଚରିତ୍ର ଆନ୍ଧ୍ର ପ୍ରଦେଶର ହୋଇଥିଲେ ମଧ୍ୟ ପୁରୁଷ ପୁରୁଷ ଧରି ବ୍ରହ୍ମପୁର ଅଞ୍ଚଳରୁ ଗାଁକୁ ଗାଁ ବୁଲି ମୁଣ୍ଡପୋତା ଖେଳ ଦେଖାନ୍ତି । କିନ୍ତୁ ତାହା ଆଜି ବୁଡିବାକୁ ବସିଛି । ତେଣୁ ବୁଡି ଯାଇଥିବା ଲୋକକଳା ଉପରେ ଆଧାରିତ ଏହି ସିନେମା । ପରିବାର ସହ ଆସି ଦେଖିପାରିବା ଭଳି ଏହି ଚଳଚ୍ଚିତ୍ର ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ ।
You Can Read:
‘ଓ୍ବାଇଫ୍’ ଚଳଚ୍ଚିତ୍ରକୁ ବେଙ୍ଗାଲୁରୁରେ ରିଲିଜ୍ କରିବାକୁ ପ୍ରଯୋଜକଙ୍କ ଯୋଜନା