‘ଓ୍ବାଇଫ୍’ ଚଳଚ୍ଚିତ୍ରକୁ ବେଙ୍ଗାଲୁରୁରେ ରିଲିଜ୍ କରିବାକୁ ପ୍ରଯୋଜକଙ୍କ ଯୋଜନା

Published By : Prameya-News7 Bureau | February 01, 2025 IST

କଟକ : ଓଡ଼ିଶାରେ ସଫଳତା ପାଇବା ପରେ ଏବେ ‘ଓ୍ବାଇଫ୍’ ଚଳଚ୍ଚିତ୍ରକୁ ବେଙ୍ଗାଲୁରୁରେ ରିଲିଜ କରିବା ପାଇଁ ଯୋଜନା କରୁଛନ୍ତି ପ୍ରଯୋଜକ । ଶନିବାର କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଫିଲ୍ମର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ପ୍ରଯୋଜକ ବିଜୟ କାଣ୍ଡୋଇ । 

କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖରେ ବେଙ୍ଗାଲୁରୁରେ  ଆୟୋଜିତ ‌ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବିଦିଶା କ୍ରାଫ୍ଟ ପ୍ରଡକ୍ସନ ହାଉସ୍ ତରଫରୁ ବେଙ୍ଗାଲୁରୁ ସମେତ ଅନ୍ୟ ସହର ଓ ବିଦେଶରେ ଏହି ଫିଲ୍ମ ରିଲିଜ୍ କରାଇବାର ତାରିଖ ଘୋଷଣା କରାଯିବ । 

ବେଙ୍ଗାଲୁରୁରେ ପ୍ରାୟ ୧୦ ଲକ୍ଷ ଓଡ଼ିଆ ରହୁଛନ୍ତି । ତେଣୁ ଏହି ଚଳଚ୍ଚିତ୍ରଟି ଓଡ଼ିଶା ଭଳି ବେଙ୍ଗାଲୁରୁ ଓ ଅନ୍ୟ ସହର ଗୁଡିକରେ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ବର୍ଷା ପ୍ରିୟଦର୍ଶିନୀ ଆଶା ରଖିଛନ୍ତି ।


You Can Read:

ପୋଲିସ ବାବୁଙ୍କ ଦାୟିତ୍ବହୀନତା, ରାସ୍ତା ମଝିରେ ଷ୍ଟାର୍ଟରେ କାର୍ ରଖି ଶୋଇପଡ଼ିଲେ କନେଷ୍ଟବଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.