ଇନଫ୍ଲୁଏନ୍ସର ଅପୂର୍ବା ମଖିଜାଙ୍କୁ ଝଟକା, IIFA କ୍ୟାମ୍ପେନ ତାଲିକାରୁ ବିଦା

Published By : Prameya-News7 Bureau | February 15, 2025 IST

ଜୟପୁର ୧୫।୨: ଇଣ୍ଡିଆଜ ଗଟ ଲାଟେଣ୍ଟ ସୋରେ ଅଭଦ୍ର ଟିପ୍ପଣୀ ପାଇଁ ବିବାଦକୁ ଆସିଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା ମଖିଜା ଆଇଫା ଅଧିକାରୀକ କ୍ୟମ୍ପେନର ସୂଚୀରୁ ବାଦ ପଡିଛନ୍ତି। ରିପୋର୍ଟ ଅନୁସାରେ ଆଗାମୀ ମାସରେ ଜୟପୁରରେ ହେବାକୁ ଥିବା ଆଇଫା ସୋ’ ର ଅଧିକାରୀକ କ୍ୟାମ୍ପେନର ତାଲିକାରୁ ଅପୂର୍ବା ମଖିଜାଙ୍କ ନାମ ହଟାଇ ଦିଆଯାଇଛି। ସମୟ ରୈନାଙ୍କ ଇଣ୍ଡିଆଜ ଗଟ ଲାଟେଣ୍ଟ ସୋ କାଳରେ ମାତାପିତାଙ୍କ ସମ୍ପର୍କରେ ଅପୂର୍ବାଙ୍କ ଅଭଦ୍ର ମନ୍ତବ୍ୟ ପରେ ଉପୁଜିଥିବା ବିବାଦକୁ ନେଇ ଏହି ପଦକ୍ଷେପ ନିଆଯାଇଛି। 

ଏବେ ସେ ଅଧିକାରୀକ ରୂପେ ଆଇଫା କ୍ୟମ୍ପେନର ତାଲିକାରୁ ବାଦ ପଡିଛନ୍ତି। ରାଜସ୍ଥାନ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଅଧିକାରୀକ ବିଜ୍ଞପ୍ତିରେ ଏହା ପୁଷ୍ଟି କରାଯାଇଛି। ଇଣ୍ଡିଆଜ ଗଟ ଲାଟେଣ୍ଟ ସୋ’ରେ ଅପୂର୍ବା ଦେଇଥିବା ଅଭଦ୍ର ଟିପ୍ପଣୀ  ଯୋଗୁ କରଣୀ ସେନା ଉଦୟପୁରରେ ତାଙ୍କ ସୁଟିଂରେ ବିରୋଧ କରିବ ବୋଲି ଧମକ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆଇଫା ସମାରୋହ ଜୟପୁରରେ ୮ ଓ ୯ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏହାକୁ ରାଜସ୍ଥାନ ପର୍ଯ୍ୟଟନ ମନ୍ତ୍ରାଳୟଙ୍କ ସହଯୋଗରେ ଆଇଫା ଆୟୋଜନ କରୁଛନ୍ତି। ଏଥି ପାଇଁ ଆଇଫା ଅପୂର୍ବାଙ୍କୁ କ୍ୟମ୍ପେନର ନିଯୁକ୍ତ କରାଯାଇଥିଲା।  

ଅପୂର୍ବା ଆଇଫା ପ୍ରମୋସନ କ୍ୟାମ୍ପେନ ପାଇଁ ଫେବୃଆରୀ ୨୦ ତାରିଖରେ ଉଦୟପୁର ଯାଇଥାନ୍ତେ, ସେଠାରେ ସେ ଅଭିନେତା ଅଲ୍ଲୀ ଫଜଲଙ୍କ ସହିତ ସିଟି ପ୍ୟାଲେସ୍, ଅମରାଇ ଘାଟ ଓ ପିଛୋଲା ହ୍ରଦରେ ସୁଟିଂ କରିଥାନ୍ତେ। ତେବେ ବିବାଦ ବଢିବା ପରେ ଅପୂର୍ବାଙ୍କ ନାମ ହଟାଇ ଦିଆଯାଇଛି। ତେବେ ତାଙ୍କ ନାମ ହଟାଇବା ପଛର କାରଣ ସମ୍ପର୍କରେ କିଛି କୁହାଯାଇ ନାହିଁ।  ହେଲେ ବିରୋଧ ପ୍ରଦର୍ଶନ ପାଇଁ ଧମକକୁ ଏହାର ବଡ଼ କାରଣ ମନେ କରାଯାଉଛି। ଏହି ବିବାଦ ସେତେବେଳେ ଗୁରୁତର ହୋଇଥିଲା ଯେତେବେଳେ ଫେବୃଆରୀ ୧୩ ତାରିଖ ଦିନ କୋଟାରେ ଇଣ୍ଡିଆଜ ଗଟ ଲେଟେଣ୍ଟ ସୋକୁ ନେଇ ଇନଫ୍ଲୁଏନ୍ସରଙ୍କ ନାମରେ ଏଫଆଇଆର ରୁଜୁ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.