ଭାରତରୁ ରପ୍ତାନୀରେ ରେକର୍ଡ ଭାଙ୍ଗିଲା ଆପଲ: କେବଳ ମାର୍ଚ୍ଚ ମାସରେ ୧୩% ବୃଦ୍ଧି

Published By : Prameya-News7 Bureau | April 08, 2025 IST

indiatoday

ନୂଆଦିଲ୍ଲୀ: ଭାରତରୁ ଅନ୍ୟ ଦେଶକୁ ରପ୍ତାନୀରେ ରେକର୍ଡ ପରେ ରେକର୍ଡ କରୁଛି ଆପଲ। ଚଳିତ ବର୍ଷ ମାର୍ଚ୍ଚ ମାସରେ କମ୍ପାନୀ ୨୦ ହଜାର କୋଟି ଟଙ୍କାର ଆଇଫୋନ ରପ୍ତାନୀ କରି ପୂର୍ବ ରେକର୍ଡ ଭାଙ୍ଗି ଦେଇଛି। ବଢ଼ୁଥିବା ଡିମାଣ୍ଡକୁ ଦେଖି କମ୍ପାନୀ ଆମେରିକା ପାଲଟା ଶୁଳ୍କ ଲାଗୁ ହେବା ପୂର୍ବରୁ ଏହି ରେକର୍ଡ ରପ୍ତାନୀ କରିଛି।  

କମ୍ପାନୀ ଓ ସରକାରୀ ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୫ରେ ଆପଲ ଭାରତରୁ ମୋଟ ୧.୫ ଲକ୍ଷ କୋଟି ଟଙ୍କାର ଆଇଫୋନ ରପ୍ତାନୀ କରିଛି। ସେଥିମଧ୍ୟରୁ କେବଳ ମାର୍ଚ୍ଚ ମାସରେ ୧୩% ରୁ ଅଧିକ ରପ୍ତାନୀ ହୋଇଛି। 

ମାର୍ଚ୍ଚ ମାସରେ କାହିଁକି ବଢ଼ିଲା ରପ୍ତାନୀ ? 

ମାର୍ଚ୍ଚ ମାସରେ ଆପଲର ଅଭୂତପୂର୍ବ ରପ୍ତାନି ବୃଦ୍ଧିର କାରଣ କେବଳ ବିଶ୍ୱ ଚାହିଦା ବୃଦ୍ଧି ପାଇବା ତାହା ନୁହେଁ, ସମୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୧ ଅଗଷ୍ଟ, ୨୦୨୫ ରୁ ଚୀନ୍ ନିର୍ମିତ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଆମେରିକାର ନୂଆ ଶୁଳ୍କ ଲାଗୁ ହେବା ପୂର୍ବରୁ କମ୍ପାନୀ ଆମେରିକାକୁ ଆଗୁଆ ରପ୍ତାନୀ କରିବାକୁ ଚାହୁଁଥିଲା। 

ଉତ୍ପାଦନ କ୍ଷେତ୍ରରେ ଚୀନର ପ୍ରଭାବକୁ କମ୍ କରିବାକୁ ତତ୍‌କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ସୁଳ୍କ ରଣନୀତି ଆପଣାଇଥିଲେ। ଯଦିଓ ଏହି ଶୁଳ୍କ ସିଧାସଳଖ ଭାରତରେ ନିର୍ମିତ ଆଇଫୋନଗୁଡ଼ିକୁ ପ୍ରଭାବିତ କରିବ ନାହିଁ। ତେବେ ଶୁଳ୍କ ଲାଗୁ ପୂର୍ବରୁ ଆଗୁଆ ରପ୍ତାନୀ କରିଦେଲେ ଏହା କମ୍ପାନୀର ଯୋଗାଣ ଶୃଙ୍ଖଳ ପାଇ କୌଣସି ସମସ୍ୟା କରିବ ନାହିଁ ବୋଲି କମ୍ପାନୀ ଯୋଜନା କରି ଏହି ରପ୍ତାନୀ କରିଛି।  

ପଢନ୍ତୁ- ଭୟଙ୍କର ସ୍ଥିତି ବାକି ଅଛି ! ମାର୍କେଟ୍ ଆହୁରି ୨୦ ପ୍ରତିଶତ ଖସିବ, ବ୍ଲାକ୍‌ରକ୍ସ ସିଇଓଙ୍କ ବଡ଼ ଭବିଷ୍ୟତବାଣୀ

ଭାରତରେ ନିବେଶ ବଢ଼ାଇବା ସହିତ ଭାରତ ଆପଲର ପରବର୍ତ୍ତୀ ବଡ଼ ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହେଉଛି। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, କମ୍ପାନୀର ଯୋଗାଣ ଶୃଙ୍ଖଳା ସ୍ଥିର ରହିବା ସହିତ, ଆର୍ଥିକ ବର୍ଷ ୨୬ ରେ ଭାରତରୁ ଆଇଫୋନ ରପ୍ତାନି ୨ ଲକ୍ଷ କୋଟି ଟଙ୍କା ଛୁଇଁପାରେ। ସେପଟେ ଭାରତ ସରକାର ମଧ୍ୟ ସ୍ଥାନୀୟ ଉତ୍ପାଦନରେ ମୂଲ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି। କମ୍ପାନୀ କେବଳ ଭାରତରେ ଆସେମ୍ବଲ ନ କରି ଏହାର ଆନୁସଂଗୀକ ସାମଗ୍ରୀ ଓ ଚିପ୍ ମଧ୍ୟ ଭାରତରେ ତିଆରି କରୁ ବୋଲି ଭାରତ ସରକାର ଜୋର୍ ଦେଉଛନ୍ତି। 

ଏହାସହିତ, ଭାରତ ସରକାର ବିଶ୍ୱସ୍ତରୀୟ ପ୍ରଯୁକ୍ତି ଉତ୍ପାଦନରେ ଦେଶର ଅଂଶ ବୃଦ୍ଧି କରିବା ପାଇଁ କେବଳ ଆସେମ୍ବଲି - ଉପାଦାନ ଏବଂ ଚିପ୍ସ ସମେତ - ବ୍ୟତୀତ ସ୍ଥାନୀୟ ମୂଲ୍ୟ ବୃଦ୍ଧି ପାଇଁ ଜୋର ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.