ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର ୧୦।୯: ମଙ୍ଗଳବାର ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍ । ସବୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ପରେ ବ୍ଯୟ ମଞ୍ଜୁରୀ ବିଲ୍‌କୁ ଗୃହରେ ପାରିତ କରାଯିବ । ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ଯୋଗ, ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗର ପ୍ରଶ୍ନକାଳ ରହିଛି । 

ସେପଟେ ଶୂନ୍ଯକାଳରେ ଚିକିଟି ମଦମୃତ୍ଯୁ, ଢେଙ୍କାନାଳ ଗଣଦୁଷ୍କର୍ମ, ସୁଭଦ୍ରା, ଆଇନ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । 

You Can Read:

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, ଶୌଚ ହେବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.