ୟୁଟ୍ୟୁବ୍ ଭିଡିଓରେ କ୍ଷମା ମାଗିଲେ ଅପୂର୍ବା ମାଖିଜା, କହିଲେ-ମୋ ପରିବାରକୁ ନିରାଶ କରିଛି…

Published By : Prameya-News7 Bureau | April 10, 2025 IST

ମୁମ୍ଵାଇ ୧୦।୦୪; ଇଣ୍ଡିଆଜ୍‌ ଗଟ୍ ଲାଟେଣ୍ଟ୍ ବିବାଦ ପରେ ଅପୁର୍ବା ମାଖିଜା ତାଙ୍କ ୟୁଟ୍ୟୁବ୍ ଭ୍ଲଗ୍ ଚ୍ୟାନେଲକୁ କମ୍‌ବ୍ୟାକ୍‌ କରିଛନ୍ତି। ଭ୍ଲଗରେ ଇନ୍‌ଫ୍ଲୁଏନ୍ସର ସମୟ ରାଇନାଙ୍କ ଶୋ’ରେ ଯୋଗଦେବା ଠାରୁ ଆରମ୍ଭ କରି ବିବାଦରେ ଛନ୍ଦି ହେବା ପର୍ଯ୍ୟନ୍ତ କାହାଣୀ ବର୍ଣ୍ଣନା କରିଛନ୍ତି। ଅପୁର୍ବା ମଧ୍ୟ କାନ୍ଦୁଥିବା ସହ ଭ୍ଲଗରେ କ୍ଷମା ମାଗିଛନ୍ତି। 

ଅପୂର୍ବା କହିଛନ୍ତି- 'ମୁଁ ଏକ ଇଭେଣ୍ଟରେ ଥିଲି ଏବଂ ସେଠାରେ ସମୟ ରାଇନାଙ୍କୁ ଭେଟିଥିଲି । ମୁଁ ଏବଂ ମୋର ବନ୍ଧୁକୁ ଲାଟେଣ୍ଟ ଶୋ ଖୁବ୍‌ ପସନ୍ଦ ଥିଲା । ତା’ପରେ ସମୟଙ୍କ ସହିତ ବନ୍ଧୁତା କରିଲି । ମୁଁ ସମୟଙ୍କୁ ଭେଟିଥିଲି ଏବଂ ଆଶ୍ଚର୍ଯ୍ୟ ହୋଇଥିଲି ଯେ ସେ ମୋତେ ଜାଣନ୍ତି । ସେ ପଚାରିଥିଲେ ତମେ ଲାଟେଣ୍ଟ କରିବେ କି? ମୋର ସ୍ୱପ୍ନ ଥିଲା ଲାଟେଣ୍ଟକୁ ଯିବା ।

'ବିବାଦ ହେତୁ ମୁଁ ପରିବାରର ଅତି ନିକଟତର ହୋଇଥିଲି'

କହିଥିଲେ- ବିବାଦରେ ପଡ଼ିବା ପରେ ସେ ପୋଲିସ ଷ୍ଟେସନକୁ ଯାଇଥିଲେ। ସେଠାରୁ ଆସିବା ପରେ ତାଙ୍କୁ ଘରେ ପହଞ୍ଚିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିଲା। ପାପାରାଜି ମୋତେ ଠେଲି ଦେଉଥିଲେ। ପୋଲିସ ଷ୍ଟେସନ୍‌ରୁ ଆସୁଥିବା ଭିଡିଓ ଭାଇରାଲ ହୋଇଥିଲା। ମୋ ପରିବାରର ଦୂରଦୂରାନ୍ତରୁ ଲୋକମାନେ ବାପାକୁ ଫୋନ୍‌ ଓ ମେସେଜ୍‌ କରୁଥିଲେ । କିନ୍ତୁ ମୋ ବାପା ମୋତେ ମେସେଜ୍ କହିଲେ-ଯାହା ହେଉନା କାହିଁକି, ମୁଁ ତୁମ ସହିତ ଅଛି । ସେହି ସମୟରେ ମୁଁ ବହୁତ ଖରାପ ଅନୁଭବ କଲି। ସମସ୍ତେ ମୋ ବାପାଙ୍କୁ ସମ୍ମାନ କରନ୍ତି। ବୋଧ ହୁଏ ମୁଁ ହିଁ ତାଙ୍କୁ ନିରାଶ କରିଛି । ମୁଁ ମୋ ପାପାଙ୍କୁ ବହୁତ ଭଲ ପାଏ। ଏହି ବିବାଦ ହେତୁ ମୁଁ ମୋ ପରିବାରର ଅତି ନିକଟତର ହୋଇଛି।

ଆହୁରି କହିଛନ୍ତି ଯେ ଲୋକମାନେ ତାଙ୍କ ମାଆଙ୍କ ଆଇଡି ଖୋଜିଥିଲେ ଏବଂ ତାଙ୍କୁ ବହୁତ ଖରାପ ଭାବରେ ଗାଳି କରିଥିଲେ । ସେ କହିଥିଲେ, ସେବେ ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି। ମୋ ସହିତ ନୁହେଁ, ମୋର ବାପାମାଆଙ୍କ ସହିତ ଖରାପ ଘଟୁଛି । ଏସବୁ କହିବା ବେଳେ ଅପୂର୍ବାଙ୍କ ଆଖିରେ ଲୁହ ଆସି ଯାଇଥିଲା ଓ ସେ କ୍ଷମା ମାଗି କହିଥିଲେ- 'ମୁଁ ପ୍ରତିଶୃତି ଦେଇଛି ଯେ ଭବିଷ୍ୟତରେ ମୁଁ ଭଲ ମଣିଷ ହେବି। ଆଶା କରୁଛି କି ସମସ୍ତେ ମୋତେ କ୍ଷମା କରିବେ । ଯଦି ମୁଁ ତୁମର ଭାବନାକୁ ଅଧିକ ଆଘାତ ଦେଇଛି…ତ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.