ନୂଆଦିଲ୍ଲୀ ୧୦।୧: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ବରଫାବୃତ୍ତ ଅଞ୍ଚଳରେ ମୁତୟନ ସୈନିକଙ୍କ ନିମନ୍ତେ ବହୁସ୍ତରୀୟ ବସ୍ତ୍ର ପ୍ରଣାଳୀ ‘ହିମ କବଚ’ ବିକାଶିତ କରିଛି। ଏହା ଅତ୍ୟାଧିକ ଥଣ୍ଡା ପରିବେଶରେ କାମ କରୁଥିବା ସୈନିକଙ୍କ ନିମନ୍ତେ ଡିଜାଇନ କରାଯାଇଛି। ଏହି ସ୍ୱତନ୍ତ୍ର ବସ୍ତ୍ରକୁ ଯୁକ୍ତ ୨୦ ଡିଗ୍ରି ସେଲସିୟସରୁ ବିଯୁକ୍ତ ୬୦ ଡିଗ୍ରି ସେଲସିୟସ ତାମାତ୍ରା ସହିବା ପାଇଁ ଡିଜାଇନ କରାଯାଇଛି। ହିମ କବଚ କୁହାଯାଉଥିବା ଏହି ପୋଷାକ ବାସ୍ତବିକ ପରିଚାଳନା ପରିସ୍ଥିତିରେ ସବୁ ପରୀକ୍ଷଣରେ ଉତୀର୍ଣ୍ଣ ହୋଇଛି।
ଏହି ସ୍ୱତନ୍ତ୍ର ଡିଜାଇନ ହୋଇଥିବା ପୋଷାକ ଭାରତର ପ୍ରତିରକ୍ଷା କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ଦର୍ଶାଉଛି। ହିମ କବଚ ପୂର୍ବରୁ ଭାରତୀୟ ସେନା ଚରମ ଶୀତ ଋତୁ ବସ୍ତ୍ର ପ୍ରଣାଳୀ (ଇସିଡବ୍ଲୁସିଏସ) ଉପରେ ନିର୍ଭରଶୀଳ ଥିଲା, ଯାହା ଡିଆରଡିଓଙ୍କ ଡିଆଇପିଏଏସ୍ ଦ୍ୱାରା ବିକଶିତ ଏକ ତିନି ପରସ୍ତର ପୋଷାକ। ଇସିଡବ୍ଲୁସିଏସ କୁ ଅତ୍ୟଧିକ ଉଚ୍ଚତାରେ ଇନସୁଲେସନ, ୱାଟରପ୍ରୁଫିଙ୍ଗ ଓ ଏର୍ଗୋନମିକ ଆରାମ ଦେବା ପାଇଁ ଡିଜାଇ କରାଯାଇଥିଲା।
ତେବେ ହିମ କବଚର ସଫଳ ଉପଯୋଗ ପରୀକ୍ଷଣ ଭାରତର ସଶସ୍ତ୍ର ବଳଙ୍କୁ ସେମାନଙ୍କ ପରିଚାଳନା ଆବଶ୍ୟକତା ଅନୁରୂପ ଅତ୍ୟାଧୁନିକ ଟେକ୍ନୋଲଜିରେ ତିଆରି କରିବା ପାଇଁ ଡିଆରଡିଓର ସଂକଳ୍ପକୁ ପ୍ରମାଣିତ କରୁଛି। ହିମାଳୟ ସୀମାରେ ଲଗାତାର ଉତ୍ତେଜନା ଜାରି ରହୁଥିବାରୁ ଏପରି ଉନ୍ନତ ସୁରକ୍ଷା ଉପକରଣ ଏକ ସମୟର ଚାହିଦା, ଯାହା ଆହ୍ୱାନପୂର୍ଣ୍ଣ ପରିବେଶରେ ମୁତୟନ ସୈନିକଙ୍କ ମନୋବଳ ଓ ଦକ୍ଷତାକୁ ବଢାଇବ।
ଏହାର ଥର୍ମାଲ ଇନସୁଲେସନ ଗୁଣ ସହିତ ହିମ କବଚ ପ୍ରଣାଳୀକୁ ଗତିଶୀଳତା ଓ ସ୍ଥାୟୀତ୍ୱ ନିମନ୍ତେ ଡିଜାଇନ କରାଯାଇଛି। ଯାହା ଦ୍ୱାରା ସୈନିକ ବିନା କୌଣସି ବାଧାରେ ନିଜର କର୍ତ୍ତବ୍ୟ ପାଳନ କରି ପାରିବେ ଏହା ସୁନିଶ୍ଚିତ ହେଉଛି। ସେନାକୁ ହିମ କବଚ ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ, ଯାହା ଭାରତୀୟ ସୈନିକଙ୍କୁ ହିମାଳୟ କ୍ଷେତ୍ରରେ ଅତ୍ୟଧିକ ଥଣ୍ଡା ବିରୋଧରେ ମଜଭୁତ ସୁରକ୍ଷା ପ୍ରଦାନ କରିବ। ଏହି ବିକାଶ ନା କେବଳ ବ୍ୟକ୍ତିଗତ ସୈନିକ ପ୍ରଦର୍ଶନକୁ ଉତ୍ସାହିତ କରିବ ବରଂ ସୁ ଉଚ୍ଚ ଯୁଦ୍ଧ କ୍ଷେତ୍ରରେ ଭାରତୀୟ ସେନାର ସମଗ୍ର ପରିଚାଳନା ତତ୍ପରତାରେ ମଧ୍ୟ ଯୋଗଦାନ ଦେବ।