ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ (ଏସଏଡି)ର ଅଧ୍ୟକ୍ଷ ପଦରୁ ସୁଖବୀର ସିଂହ ବାଦଲଙ୍କ ଇସ୍ତଫାକୁ ଦଳ ଶୁକ୍ରବାର ଔପଚାରିକ ଭାବେ ଗ୍ରହଣ କରିଛି। ଗତବର୍ଷ ନଭେବମ୍ବରରେ ସ ପଦରୁ ଇସ୍ତଫା ଦେଇଥିଲେ। ଅକାଳ ତଖ୍ତ ଦ୍ୱାରା ତାଙ୍କୁ ତନଖୈୟା(ଧାର୍ମିକ ଅପରାଧୀ) ଘୋଷଣା କରାଯିବା ପରେ ସେ ପଦ ଇସ୍ତଫା ଦେଇଥିଲେ।
ଏବେ ଅକାଳୀ ଦଳ ସୁଖବୀର ସିଂହ ବାଦଲଙ୍କ ଇସ୍ତଫା ଗ୍ରହଣ କରିବା ପରେ ସେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସୁଖବୀର ସିଂହ ବାଦଲ କହିଛନ୍ତି ଯେ ଦଳ ଗତ ୫ ବର୍ଷ ହେଲା ମୋତେ ଯେଉଁ ଦାୟିତ୍ୱ ଦେଇଥିଲା ମୁଁ କରିଛି। ଦଳର ଭରସା ପାଇଁ କର୍ମୀମାନଙ୍କୁ ଧନ୍ୟବାଦ। କିଛି କାରଣ ଯୋଗୁ ମୋ ଇସ୍ତଫା ପତ୍ର ଗ୍ରହଣ କରାଯାଉ ନଥିଲା। ଏବେ ସବୁ ପଥ ପରିସ୍କାର ପରେ ନୂଆ ଅଧ୍ୟକ୍ଷ ହେବାର ବାଟ ଫିଟିଲା ବୋଲି ସୁଖବୀର ସିଂହ ବାଦଲ କହିଛନ୍ତି।
ସୂଚନା ଥାଉକି ୨୦୦୭ରେ ୨୦୧୭ ମଧ୍ୟରେ ଅକାଳୀ ଦଳ ସରକାର ସମୟରେ ଏହି ଧାର୍ମିକ ଅପରାଧ ହୋଇଥିଲା। ସୁଖବୀର ସିଂହ ବାଦଲ ଏହାର ଦୋଷୀ ସାବ୍ୟସ୍ତ ହେବା ପରେ ଅକାଳ ତଖ୍ତ ତାଙ୍କୁ ଧାର୍ମିକ ଅପରାଧୀ ଘୋଷଣା କରିଥିଲା। ଏହାପରେ ପ୍ରାୟଶ୍ଚିତ ସ୍ୱରୁପ ତାଙ୍କୁ ଗୁରୁଦ୍ୱାରାରେ ବାସନ ମାଜିବା, ପାଇଖାନା ସଫା କରିବାର ଦଣ୍ଡ ମିଳିଛି। ତା ସହିତ ସେ ପୂରା ଚୌକିଦାର ବେଶରେ ସ୍ୱର୍ଣ୍ଣ ମନ୍ଦିରେ ପହରା ଦେବାକୁ ମଧ୍ୟ ଦଣ୍ଡ ଦିଆଯାଇଛି।