ପୁଣେ ୧୦।୧: ପୁଣେର ଏକ ସ୍ୱତନ୍ତ୍ର କୋର୍ଟ ବିନାୟକ ଦାମୋଦର ସାଭରକରଙ୍କ ଉପରେ କଥିତ ଆପତ୍ତିଜନକ ମନ୍ତବ୍ୟ ସମ୍ପର୍କିତ ଏକ ମାନହାନୀ ମାମଲାରେ ୧୦ ଜାନୁୟାରୀ ଶୁକ୍ରବାର ରାହୁଲ ଗାନ୍ଧିଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଏହି ମାମଲା ସେହି ଅଭିଯୋଗ ସହ ସମ୍ପର୍କିତ ଯେଉଁଥିରେ ଲୋକସଭାରେ ବିରୋଧୀ ଦଳ ନେତା ଗତବର୍ଷ ପ୍ରାରମ୍ଭରେ ଲଣ୍ଡନରେ ଏକ ଭାଷଣ ପ୍ରସଙ୍ଗରେ ବିନାୟକ ଦାମୋଦର ସାଭରକରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।
ଏମପି/ଏମଏଲଏ କୋର୍ଟ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର ହେବା ପରେ ୨୫ ହଜାର ଟଙ୍କାର ଜାମିନ ବଣ୍ଡରେ ଜାମିନ ମଞ୍ଜୁର କରିଛନ୍ତି। ଏଥି ପାଇଁ ବରିଷ୍ଠ କଂଗ୍ରେସ ନେତା ମୋହନ ଯୋଶି କୋର୍ଟରେ ଜାମିନଦାର ଭାବେ ହାଜର ହୋଇଥିଲେ। ରାହୁଲ ଗାନ୍ଧିଙ୍କ ଓକିଲ ମିଲିନ୍ଦ ପାୱାର କହିଛନ୍ତି ଯେ କୋର୍ଟ କଂଗ୍ରେସ ନେତାଙ୍କୁ ହାଜିର ହେବାରେ ସ୍ଥାୟୀ ଛାଡ କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୧୮ ତାରିଖରେ ହେବ ବୋଲି ପାୱାର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ସାଭରକରଙ୍କ ନାତିଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଛି। ଏହି ମାମଲା ମାର୍ଚ୍ଚ ୨୦୨୩ରେ ରାହୁଲ ଗାନ୍ଧି ଦେଇଥିବା ଭାଷଣ ସମ୍ପର୍କିତ। ଗାନ୍ଧି ତାଙ୍କ ଭାଷଣରେ ସାଭରକର ଲେଖିଥିବା ଏକ ପୁସ୍ତକର ଉଦାହରଣ ଦେଇ ତାଙ୍କ ଉପରେ କିଛି ଟିପ୍ପଣୀ କରିଥିଲେ। ଅଭିଯୋଗକାରୀ କହିଥିଲେ ଯେ ରାହୁଲ ଗାନ୍ଧି ଜାଣିଶୁଣି ଜନମାନସରେ ସାଭରକରଙ୍କ ଛବିକୁ ଖରାପ କରିବା ପାଇଁ ଉଦ୍ୟମ କରିଛନ୍ତି।