କୋଏମ୍ବାଟୁର ଶିଳ୍ପୀଙ୍କ ନିଆରା ପ୍ରତିକୃତି, ପ୍ରସ୍ତୁତ କଲେ ୪ ଗ୍ରାମ୍ ସୁନାରେ ଦେଢ ଇଞ୍ଚର ଚନ୍ଦ୍ରଯାନ

Published By : Prameya-News7 Bureau | August 22, 2023 IST

ତାମିଲନାଡୁ ୨୨/୦୮: ବଢୁଛି ଉତ୍କଣ୍ଠା। ଇତିହାସ ରଚିବାକୁ ଆଉ ମାତ୍ର ପାଦେ। କେଇ ଘଣ୍ଟାର ସମୟ ବାକି । ବୁଧବାର ସଂଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏହି ଐତିହାସିକମୁହୂର୍ତ୍ତପାଇଁଆରମ୍ଭହୋଇଛିକାଉଣ୍ଟଡାଉନ । ରାଜ୍ୟଠୁ ରାଜଧାନୀ ସବୁଠି ଚାଲିଛି ପୂଜାର୍ଚ୍ଚନା । ସାରା ବିଶ୍ୱର ରହିଛି ନଜର । ଏହାରି ଭିତରେ ନଜର ଆସିଛି କୁନି ଚନ୍ଦ୍ରଯାନ । ଆଉ ଏହାକୁ ପ୍ରସ୍ତୁତ କରିଛନ୍ତି କୋଏମ୍ବାଟୁରର ମିନିଚର ଆର୍ଟିଷ୍ଟ । ୪ ଗ୍ରାମର ସୁନା ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ଲ୍ୟାଣ୍ଡର ବିକ୍ରମର ଛୋଟିଆ ମଡେଲ ।

wp:html /wp:html

ଦେଢ ଇଞ୍ଚର ଚନ୍ଦ୍ରଯାନ । ତା ପୁଣି ସୁନାରେ ତିଆରି । ଦେଖିବାକୁ ଖୁବ୍ ସୁନ୍ଦର । ଆକୃତି ରହିଛି  ବଲ୍‌ଠାରୁ ଛୋଟିଆ । ଏହାକୁ ପ୍ରସ୍ତୁତ କରିଥିବା କଳାକାର ମାରିଆପନ୍ କୁହନ୍ତି ଯେବେ ଦେଶରେ କିଛି ବଡ ଘଟଣା ଘଟିଲେ ସେ ସୁନାର ମିନିଏଚର୍ ପ୍ରସ୍ତୁତ କରନ୍ତି । ତାଙ୍କ କହିବା କଥା ପ୍ରତି ଭାରତୀୟଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ । ଏହି ମିଶନରେ କାର୍ଯ୍ୟ କରୁଥିବା ସମସ୍ତ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ସେ ଏହି ସୁନାର ମଡେଲ କରିଛନ୍ତି ପ୍ରସ୍ତୁତି । ଏହାକୁ ତିଆରି କରିବାକୁ ଲାଗିଥିଲା ୪୮ ଘଣ୍ଟା । ୪ ଗ୍ରାମ ସୁନା ବ୍ୟବହାର ହେତୁ ଏହାର ମୂଲ୍ୟ ବି ରହିଛି ୨୫ ହଜାର ଟଙ୍କା ।

ଦେଢ ଇଞ୍ଚର ଏହି କ୍ଷୁଦ୍ରଯାନ ଦେଖିବାକୁ ଅବିକଳ ଲ୍ୟାଣ୍ଡର ବିକ୍ରମ ପରି । ଲ୍ୟାଣ୍ଡର ବିକ୍ରମ ପରି ଏଥିରେ ରହିଛି ଚାରିଟି ଗୋଡ । ମାରିଆପ୍ପାନ ଏହା ଉପରେ ଗୋଟିଏ ଛୋଟିଆ ତ୍ରିରଙ୍ଗା ବି ରଖିଛନ୍ତି । ଯାହା ଭାରତର ଗୌରବକୁ ଦର୍ଶାଉଛି । ଆଉ ସୁନ୍ଦର ଦିଶୁଥିବା ଏହି ଛୋଟିଆ ଚନ୍ଦ୍ରାୟନର ଚିତ୍ର ଏବେ  ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ।

you can also read...

wp:embed {"url":"https://www.prameyanews7.com/government-school-classrooms-now-digital-hubs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/government-school-classrooms-now-digital-hubs/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.