କଟକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସର ନୂଆ ଶୋ’ରୁମ୍, ଉଦଘାଟନ କଲେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ

Published By : Prameya-News7 Bureau | May 07, 2024 IST

କଟକ ୭।୫: କଟକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମ୍ । ଏହି ଶୋ’ରୁମ୍କୁ ଉଦଘାଟନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ । ଏହା ଅରୁନ୍ଧତୀ ଜୁଏଲର୍ସର ଅଷ୍ଟମ ଶୋ’ରୁମ୍ । ଏହି ଶୋ’ରୁମ୍‌ରେ ଗୋଲ୍ଡ, ଡାଇମଣ୍ଡର ସମସ୍ତ ନୂତନ ଡିଜାଇନ ଗ୍ରାହକ ମାନଙ୍କ ପାଇଁ ରହିଛି । ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ । ଏହି ଅବସରରେ ସେ କହିଥିଲେ, ମହିଳା ମାନଙ୍କର ସୁନା କିଣିବା ପାଇଁ ବେଶୀ ଆଗ୍ରହ ଥାଏ । ତେବେ ସୁନା କିଣିବା କଥା ଯଦି ମହିଳା ମାନେ ଭାବୁଛନ୍ତି ତେବେ ସିଧା ଅରୁନ୍ଧତୀ ଜୁଏଲର୍ସ ଆସନ୍ତୁ ଆଉ ସୁନା କିଣନ୍ତୁ । ଅରୁନ୍ଧତୀ ଜୁଏଲର୍ସର ଶୁଦ୍ଧତା ଶହେ ପ୍ରତିଶତ ରହୁଛି । ଏହି ଅବସରରେ କଟକ ସହର ଓ ତାର ସ୍ୱଚ୍ଛତାକୁ ବେଶ୍ ପ୍ରଶଂସା କରିଛନ୍ତି ରବୀନା ଟଣ୍ଡନ ।

You Can Read :

ଆଗାମୀ ୩ଦିନ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କି.ମି. ବେଗରେ ବହିବ ପବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.