ସାଙ୍ଗ ସହ ପୂଜା ବୁଲିବାକୁ ଯିବାବେଳେ ଅଘଟଣ ! କରେଣ୍ଟ ଲାଗି ଚାଲିଗଲା ଛାତ୍ରର ଜୀବନ

Published By : Prameya-News7 Bureau | October 17, 2024 IST

News7

ନୂଆଦିଲ୍ଲୀ: ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍କୁଲ ଛାତ୍ରର ଜୀବନ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ ନୟାଖଣ୍ଡି ତୁରାଣୀପଦା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଠାରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ଜୀବନ ଚାଲି ଯାଇଛି। ଛାତ୍ର ଜଣକ ହେଲେ ଉକ୍ତ ପଞ୍ଚାୟତ ଅଧୀନ ହାଟମହୁରୀ ଗ୍ରାମର ମାୟାଧର ସାହୁଙ୍କ ବଡ଼ ପୁଅ ବିଜୟ କୁମାର ସାହୁ(୧୪)।

ବିଜୟ ନିଜର ଦୁଇ ସାଙ୍ଗ ସହ ପୂଜା ବୁଲିବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି।କେନ୍ଦୁଝର ଜିଲ୍ଲା ଆନ୍ଦପୁର ବ୍ଲକ ଅଧୀନ ଶାଳବଣି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ରାହୁଲ କୁମାର ସାହୁ (୧୪) ଓ ଖଇରା ବ୍ଲକ ଅଧୀନ ନନ୍ଦୁରୁ ପଞ୍ଚାୟତ ଦାନ୍ତିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ପୁଅ ସଞ୍ଜୟ କୁମାର ବେହେରା (୧୪) ଉଭୟ ବିଜୟର ସାଙ୍ଗ। ସେମାନେ ଲକ୍ଷ୍ମୀ ପୂଜା ଦେଖିବାକୁ ବିଜୟର ଗ୍ରାମ ନିକଟସ୍ଥ ତଳମହୁରୀ ଗ୍ରାମରେ ଥିବା ମାମୁଁ ଗୌରାଙ୍ଗ ସାହୁଙ୍କ ଘରକୁ ବୁଲିବାକୁ ଆସିଥିଲେ।

ସେଠାରୁ ୩ ଜଣ ମିଶି ଖଇରା ବଜାରରେ ଆୟୋଜିତ ପୂଜାକୁ ଦେଖିବାକୁ ଯିବାବେଳେ ତୁରାଣୀପଦା ବସଷ୍ଟାଣ୍ଡ ନିକଟରେ ଅଟକିଥିଲେ। ମାତ୍ର ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶରେ ବିଜୟ ଚାଲିଆସିଥିଲା। ତାର ସାଙ୍ଗମାନେ ନିଜର ଘରକୁ ଫୋନ କରି ଜଣାଇଥିଲେ। ଖବର ପାଇ ସେଠାରେ ସାଙ୍ଗେ ସାଙ୍ଗେ  ଲୋକଙ୍କ ଭିଡ ଜମିଥିଲା। ଘଟଣା ସ୍ଥଳରେ  ବିଦ୍ୟୁତ ବିଭାଗର କର୍ମଚାରୀ ସମେତ ଖଇରା ଦମକଳ ବାହିନୀ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.