ଯାଜପୁରରୁ ୬ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ଓ ଘରେ ରହି କରୁଥିଲେ କାମ

Published By : Prameya-News7 Bureau | October 17, 2024 IST

NEWS UPDATE

ଯାଜପୁର ୧୭।୧୦: ଯାଜପୁରରୁ ୬ ଶିଶୁ ଶ୍ରମିକ ଉଦ୍ଧାର । ଉଦ୍ଧାର କଲା ଯାଜପୁର ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ଓ ପୋଲିସ । 

ଯାଜପୁର ସୁକିନ୍ଦା ଥାନା ଓ ପାଣିକୋଇଲି ଥାନା ଅଞ୍ଚଳରେ ବିଭିନ୍ନ ଦୋକାନ, ଘରେ ରହି କାର୍ଯ୍ୟ କରୁଥିବା ୬ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲ୍ଡ  ହେଲ୍ପ ଲାଇନ୍ କର୍ମଚାରୀ । ସମସ୍ତ ଶିଶୁଙ୍କୁ ଯାଜପୁର ଉତ୍କଳ ବାଳାଶ୍ରମରେ ଛଡ଼ା ଯାଇଥିବା ସୂଚନା ମିଳିଛି । ଏହି ଚଢାଉ ସମୟରେ ଚାଇଲ୍ଡ ହେଲ୍ପ   ଲାଇନ୍ ସଦସ୍ୟ ବୀରେନ୍ଦ୍ର କୃଷ୍ଣ ଦାସ, ରଜତ ସାହୁଙ୍କ ସହ ଉଭୟ ଥାନାର ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯାଇଥିବା ଜଣାପଡିଛି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.