ଦୁର୍ଘଟଣାରେ ବିଏମ୍‌ଡବ୍ଲୁ ଚୁରମାର, ଡ଼ିଭାଇଡରରେ ପିଟିହୋଇ ଘୋଷାଡି ହୋଇଗଲା କାର୍

Published By : Prameya-News7 Bureau | October 17, 2024 IST

Breaking_1

ଭୁବନେଶ୍ବର ୧୭।୧୦: ଦୁର୍ଘଟଣାରେ ବିଏମ୍‌ଡବ୍ଲୁ ଚୁରମାର । ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା । ଫଳରେ ଅଧାରାସ୍ତା ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲା ବିଏମ୍‌ଡବ୍ଲୁ । 

ତେବେ ବିଏମ୍‌ଡବ୍ଲୁ ଗାଡ଼ିଟି କିଏ ଚଳାଉଥିଲେ ତାହା ଜଣାପଡ଼ିନାହିଁ । ଦୁର୍ଘଟଣା ପରେ ଗାଡ଼ି ଚଳାଉଥିବା ଲୋକ ଫେରାର ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ କାହାର କ୍ଷତି ହୋଇନାହିଁ । ଉତ୍କଳ ହସ୍ପିଟାଲର ୨୦୦ ଫୁଟିଆ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି ।

You Can Read:

ସାତକୋଶିଆକୁ ଆସିବେ ୧୨ରୁ ୧୬ ମହାବଳ, ପର୍ଯ୍ୟାୟ କ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଅଣାଯିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.