ମଝି ସମୁଦ୍ରରୁ ଉଦ୍ଧାର ହେଲା ବୁଡ଼ି ଯାଇଥିବା ଡଙ୍ଗା

Published By : Prameya-News7 Bureau | October 17, 2024 IST

ଭୋଗରାଇ ୧୭।୧୦: ତାଳସାରୀ ମଝି ସମୁଦ୍ରରୁ ଉଦ୍ଧାର ହେଲା ବୁଡି ଥିବା ରାଜଲଷ୍ମୀ ଡ଼ଙ୍ଗା । ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ । ଡ଼ଙ୍ଗାରେ ଥିଲେ ୬ ମତ୍ସ୍ୟଜୀବୀ । ୪ ଜଣ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । 

ବୁଧବାର ଏହି ଡ଼ଙ୍ଗା ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ବେଳେ ଗୁରୁବାର ସକାଳେ ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ର ମାତ୍ର ୩ କିଲୋମିଟର ବାକି ରହିଥିବା ବେଳେ ଡଙ୍ଗାକୁ ଡଙ୍ଗା ବାଡେ଼ଇ ହୋଇ ରାଜଲଷ୍ମୀ ଡ଼ଙ୍ଗା ସମ୍ପୂର୍ଣ୍ଣ ବୁଡି ଯାଇଥିଲା । ସମୁଦ୍ରର ଭଟା ପଡିବା ପରେ ଡ଼ଙ୍ଗାକୁ ମଝି ସମୁଦ୍ରରୁ ଉଦ୍ଧାର କରାଯାଇଛି । 


You Can Read:

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି, ଜିଲ୍ଲାର ପିଲାଙ୍କୁ ସପ୍ତାହେ ସ୍କୁଲ ନ ଛାଡ଼ିବାକୁ ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.