‘ଜାମିନ୍ ପାଇଁ ଏଠାକୁ ଆସିଲେ, ଟ୍ରାଏଲ୍ କୋର୍ଟକୁ କାହିଁକି ଗଲେ ନାହିଁ’; ଦିଲ୍ଲୀ ମଦ ନୀତି ମାମଲାରେ ହାଇକୋର୍ଟଙ୍କ ପ୍ରଶ୍ନ

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି । ତେବେ ସିବିଆଇ କେସରେ ଜାମିନ୍ ପାଇଁ ଆପ୍ ସୁପ୍ରିମୋ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ଉଚ୍ଚ ଅଦାଲତରେ ଆଜି ଶୁଶାଣି ହୋଇଛି । ହାଇକୋର୍ଟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ  ଏକ ନୋଟିସ୍ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖକୁ ଧାର୍ଯ୍ୟ କରିଛନ୍ତି । 

ଅନ୍ୟପଟେ ସିବିଆଇ ମାମଲାରେ କେଜ୍ରିଓ୍ବାଲକଙ୍କ ପକ୍ଷ ରଖୁଥିବା ଆଇନଜୀବୀ ଅଭିଷେକମନୁ ସିଂଘବୀ କୋର୍ଟଙ୍କୁ ଜଣାଇଥିଲେ, ଏହା ଏପରି ଏକ ମାମଲା, ଏଥିରେ ଟ୍ରିପଲ୍ ଟେଷ୍ଟ୍‌ର କୌଣସି ଅଭିଯୋଗ ନାହିଁ । ଏହି ମାମଲାରେ ପୂର୍ବରୁ ୪ଜଣଙ୍କୁ  ଜାମିନ୍ ମିଳିସାରିଛି । ସାମାନ୍ୟ ଜାମିନ୍ ମାମଲାରେ କେଜ୍ରିଓ୍ବାଲଙ୍କୁ ଜେଲରେ ରଖାଯାଇଛି ? ଅବକାରୀ ନୀତି ମାମଲାରେ ଆରବିନ୍ଦ କେଜ୍ରିଓ୍ବାଲ ୨ ବର୍ଷ ହେଲା ଜେଲରେ ରହିଛନ୍ତି । ୨୦୨୩ରେ ଯାଞ୍ଚ ଏଜେନ୍ସି ତାଙ୍କୁ ୯ ଘଣ୍ଟା ପଚରାଉଚରା କରିଥିଲା । ଆପ୍ ସୁପ୍ରିମୋଙ୍କୁ ପିଏମଏମଏ ମାମଲାରେ ଜାମିନ୍ ମିଳିସାରିଛି । ହେଲେ ପୁଣି ଥରେ ସିବିଆଇ ତାଙ୍କୁ ଗିରଫ କରିଛି । ସେ କୌଣସି ଅପରାଧି କି ଆତଙ୍କବାଦୀ ନୁହନ୍ତି ବୋଲି ଅଭିଷେକମନୁ ସିଂଘବୀ କହିଥିଲେ ।    

ସେପଟେ ସିବିଆଇ କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନକୁ ବିରୋଧ କରିଛି । ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛି, ଜାମିନ୍ ପାଇଁ ଅଭିଯୁକ୍ତ ପ୍ରଥମେ ଟାଏଲ୍ କୋର୍ଟ ଯିବା ଆବଶ୍ୟକ । ଅନ୍ୟପଟେ ହାଇକୋର୍ଟଙ୍କ ମଧ୍ୟ ଜାମିନ୍ ପାଇଁ  ଟ୍ରାଏଲ୍ କୋର୍ଟଙ୍କୁ କାହିଁକି ଗଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବ ମଧ୍ୟ କେଜ୍ରିଓ୍ବାଲଙ୍କ ଓକିଲ ରଖିଛନ୍ତି । ... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.