ହାରିଗଲେ କେଜ୍ରିଓ୍ବାଲ, ଆପ୍ ହାତରୁ ଖସିଲା ନୂଆଦିଲ୍ଲୀ, ସିସୋଦିଆ ବି ପରାସ୍ତ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀକୁ ବ୍ୟାକ୍ କରୁଛି ବିଜେପି । ଭୋଟ୍ ଗଣତି ଟ୍ରେଣ୍ଡିଂରେ ଭାରତୀୟ ଜନତା ପାର୍ଟି ମ୍ୟାଚ୍ ନମ୍ବର ପାର୍ କରି ସାରିଛି । ୪୬ ଲିଡ୍ ଆସନରୁ ବିଜେପି ୨୫ଟିରେ ବିଜୟୀ ହୋଇଥିବା ବେଳେ ୨୩ସିଟରେ ଆଗରେ ଚାଲୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୨ ବିଧାନସଭା ଆସନରେ ଆଗରେ ଚାଲୁଛି । ଏପଟେ ଦିଲ୍ଲୀ ଦଙ୍ଗଲରେ ବହୁ ହେଭିଓ୍ବେଟ୍ ନେତା ମାଟି କାମୁଡିଛନ୍ତି । ପୂର୍ବତନ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପରାସ୍ତ ହୋଇଛନ୍ତି । ସେ ପରବେଶ୍ ବର୍ମାଙ୍କ ଠାରୁ ୩,୧୮୬ ଖଣ୍ଡ ଭୋଟରେ ହରାଇଛନ୍ତି । ଫଳରେ ନୂଆଦିଲ୍ଲୀ ଆସନ ଆପ୍ ହାତରୁ ଖସିଛି । ସେପଟେ କେଜ୍ରିଓ୍ବାଲଙ୍କୁ ହରାଇବା ପରେ ସେଲିବ୍ରେସନ ମୁଡରେ ପେରବେଶ ବର୍ମା ।

କେବଳ ଅରବିନ୍ଦ କେଜ୍ରିଓ୍ବାଲ ନୁହେଁ ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ମାତ୍ ଖାଇଛନ୍ତି । ଜଙ୍ଗପୁରୀ ବିଧାନସଭା ଆସନରୁ ତାଙ୍କୁ ଚେକ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ ତାରଭିନ୍ଦର ସିଂହ ମରଓ୍ବାହ । ମନୀଷ ସିସୋଦିଆ ୮୬୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ପରାଜୟ ପରେ ଆପ୍ ସୁପ୍ରିମୋଙ୍କ ଘରେ ପହଞ୍ଚିଛନ୍ତି ସିସୋଦିଆ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.