୨୬ ବର୍ଷରେ ୩୭ କୋଟିର ଫ୍ଲାଟ୍ କିଣିଲେ ଆର୍ଯ୍ୟନ, ଶାହରୁଖ-ଗୌରୀଙ୍କ ରହିଛି ଖାସ୍ କନେକସନ୍

Published By : Prameya-News7 Bureau | July 30, 2024 IST

ମୁମ୍ଵାଇ ୩୦।୦୭: ଶାହାରୁଖ ଖାନ-ଗୌରୀ ଖାନଙ୍କ ଲାଡଲା ଆର୍ଯ୍ୟନ ଖାନ୍। ସେ ବି-ଟାଉନର ପ୍ରସିଦ୍ଧ ତାରକା ପିଲାମାନଙ୍କ ମଧ୍ୟରୁ ଜଣେ । ଆର୍ଯ୍ୟନ ନିର୍ଦ୍ଦେଶକ ଭା‌ବେ ଡେବ୍ୟୁ କରିବାପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତାଙ୍କର ଡେବ୍ୟୁ ସିରିଜର ନାମ ହେଉଛି ‘ଷ୍ଟାରଡମ୍’ । ଏବେ ସେ ତାଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍‌ ଦେଇଛନ୍ତି । ସିରିଜ୍ ରିଲିଜ୍ ପୂର୍ବରୁ ଆର୍ଯ୍ୟନ ଦିଲ୍ଲୀରେ ଦୁଇଟି ଫ୍ଲାଟ କିଣିଥିବା ଖବର ସାମ୍ନାକୁ ଆସିଛି। ଏହି ସମ୍ପତ୍ତିରେ ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀଙ୍କ ସହିତ ମଧ୍ୟ ଏକ ବିଶେଷ ସଂଯୋଗ ଅଛି ।


ଆର୍ଯ୍ୟନ ଦିଲ୍ଲୀର ପଞ୍ଚଶିଲ ନିକଟରେ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଛନ୍ତି।  ଯାହାର ମୂଲ୍ୟ ୩୭କୋଟି ଟଙ୍କା ବୋଲି କୁହାଯାଉଛି । ଏହା ମେ ମାସରେ ରେଜିଷ୍ଟ୍ରେସନ ହୋଇଥିଲା ଏବଂ ଆର୍ଯ୍ୟନ୍ ଏହି ୨ ମହଲା ପାଇଁ ୨.୬୪ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଛନ୍ତି ।  ଆର୍ଯ୍ୟନ କିଣିଥିବା କୋଠାର ଗ୍ରାଉଣ୍ଡ ଓ ତଳମହଲାର ମାଲିକ ବାପା ଶାହାରୁଖ ଖାନ ଓ ମା’ ଗୌରୀ ରହିଛନ୍ତି। ଶାହରୁଖ ଏବଂ ପତ୍ନୀ ଗୌରୀ ଏହି ଘରେ ଅନେକ ମଧୁର ସମୟ ବିତାଇଛନ୍ତି। ଯାହାକି ଆଜି ସେମାନଙ୍କ ପାଖରେ ସ୍ମୃତି ହୋଇ ରହିଛି।

ଏହି ଘରର ଡିଜାଇନ୍‌ ଦେଇଛନ୍ତି ଗୌରୀ ଖାନ । ଏଥିରେ ରହିଛି ୨୭,୦୦୦ ବର୍ଗଫୁଟର ହେରିଟେଜ ଭିଲ୍ଲା ଅଛି। ଯାହାକୁ ସେ ୨୦୦୧ରେ ୧୩ କୋଟିରୁ ଅଧିକ ମୂଲ୍ୟରେ କିଣିଥିଲେ। ଆଜି ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ୨୦୨୦ରେ କୋଭିଡ୍ -୧୯ ମହାମାରୀ ସମୟରେ ଶାହାରୁଖ ଏହି ଘରକୁ ଏୟରବିଏନବିକୁ ଭଡ଼ାରେ ଦେଇଥିଲେ। ଆର୍ଯ୍ୟନ ଏହା କିଣିବା ପରେ ତାଙ୍କ ବାପା ମାଆ ବହୁତ ଖୁସି ହୋଇ ଯାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.