ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ, ସମ୍ଭାବ୍ୟ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | July 25, 2023 IST

ନୂଆଦିଲ୍ଲୀ 25/07 :ଲଘୁଚାପର ରୂପ ନେଲା ଗତକାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ। ଆସନ୍ତା ୨୪ଘଣ୍ଟାରେ ହୋଇପାରେ ଅବପାତ। ଏହାର  ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା। ଭିଜିବ ସାରା ଓଡ଼ିଶା। ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇଛି । ଏହା  ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର  ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି  । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

{"id":822030,"width":836,"height":557,"sizeSlug":"full","linkDestination":"none"}

ଏହାର ପ୍ରଭାବରେ  ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରୀ କରିଛି ପାଣିପାଗ କେନ୍ଦ୍ର । ଖାସ୍ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ମାଲକାନଗିରି କୋରାପୁଟ ଗଜପତି ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ । ଏଭଳି ସ୍ଥିତିରେ ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ । ସେପଟେ ପବନର ବେଗ ୪୫ ରୁ ୫୯ କିମି ରହିପାରେ। ତେଣୁ ଆଜିଠାରୁ ୨୭ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ ହୋଇଛି।

Also Read- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ

ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ୨୮ ତାରିଖ ଠାରୁ ଉପକୁଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ତେବେ ୩୦ରେ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ବଙ୍ଗୋସାଗରରେ  ସୃଷ୍ଟି ହେବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Also Read - ଚୀନ ସହ ଚାରି ଦେଶ ଆଡ଼କୁ ବଢ଼ୁଛି ଭୟଙ୍କର ବାତ୍ୟା, ପବନର ବେଗ ୨୩୫ କିମି ହେବା ନେଇ ଆଶଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.