ରଙ୍ଗର ବାଦଶାହ ଅଶ୍ୱୀନ୍ ଦାନୀ; ସହରରେ ତାଙ୍କ ପରିକଳ୍ପିତ ରଙ୍ଗର ପ୍ରତିଛବି

Published By : Prameya-News7 Bureau | September 29, 2023 IST

ନୂଆଦିଲ୍ଲୀ 29/09 : ଘର ପରିବାର ଠାରୁ ଭାବପ୍ରବଣତାକୁ ଅଲଗା କରାଯାଇ ନପାରେ । ଏହି ସୂତ୍ରର ଆଉ ଏକ ବଳିଷ୍ଠ କଥାଟି ହେଲା ସୁନ୍ଦର ଘର। ଏହା ସମସ୍ତଙ୍କ ଆଶା ଓ ସ୍ୱପ୍ନ। ଖାସ୍ ସେଇଥିଲାଗି ବୋଧହୁଏ  ସୁନ୍ଦର ରଙ୍ଗର ଫର୍ମୁଲା ଧରିଆସିଛି ଏସିଆନ୍ ପେଣ୍ଟ୍ସ- “Har Ghar Kuch Kehta Hai” ଟ୍ୟାଗ୍ ଲାଇନ୍ ଏସିଆନ୍ ପେଣ୍ଟ୍ସକୁ କେବଳ ପପୁଲାର କରିନି ଏକ ନିଆରା ପରିଚୟ ବି ଦେଇଛି। ଆମେ ଏତେ କଥା କହିବାର କାରଣ କିଏ ଜାଣିଛନ୍ତି ଏସିଆନ୍‌ ପେଣ୍ଟ୍ସର କୋ-ଫାଉଣ୍ଡର ଅଶ୍ବିନ ଦାନୀ। ସେ ଆଉ ନାହାନ୍ତି ୭୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି। ହେଲେ ସେ ଦେଇଯାଇଥିବା ରଙ୍ଗ ପ୍ରତି ଘରେ ଘରେ।

{"id":850577,"width":839,"height":470,"sizeSlug":"full","linkDestination":"none"}

ବର୍ଷୀୟ ଅଶ୍ବୀନ ଦାନୀ ଏସିଆନ୍‌ ପେଣ୍ଟ୍ସର ନନ୍‌ ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ପଦ ସହ କମ୍ପାନୀର ବୋର୍ଡ ସଦସ୍ୟ ଥିଲେ। ୧୯୬୮ରେ ଏସିଆନ ପେଣ୍ଟ୍ସ ସହ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ସେ କମ୍ପାନୀର ନେତୃତ୍ବ ନେଇଥିଲେ। ଏସିଆନ ପେଣ୍ଟ୍ସ ଆଜି ଭାରତର ସବୁଠୁ ବଡ଼ ପେଣ୍ଟ୍ସ କମ୍ପାନୀ ମଧ୍ୟରେ ରହିଛି। ଆଉ କମ୍ପାନୀକୁ ଏହି ସ୍ଥାନରେ ପହଞ୍ଚାଇବାରେ ଅଶ୍ବିନୀ ଦାନୀଙ୍କ ରହିଛି ବଡ଼ ଯୋଗଦାନ। ରସାୟନ ବିଜ୍ଞାନରୁ  ଉଦ୍ୟୋଗୀପତି  ହେବା ପଛରେ ରହିଛି  ଅଶ୍ୱୀନଙ୍କ ଦୃଢ଼ତା , ପ୍ରତିବଦ୍ଧତା ଓ ପୂର୍ଣ୍ଣତାର ପ୍ରମାଣ।

{"id":850580,"width":829,"height":553,"sizeSlug":"full","linkDestination":"none"}

ଅଶ୍ବୀନ୍ ଦାନୀଙ୍କ ଜନ୍ମ ୧୯୪୪ ସେପ୍ଟେମ୍ବର ୨୬ରେ ମୁମ୍ବାଇରେ ହୋଇଥିଲା। ୧୯୬୬ରେ ସେ ମୁମ୍ବାଇ ୟୁନିଭର୍ସିଟିରେ କେମେଷ୍ଟ୍ରିରେ ବିଏସସି ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଆମେରିକାର ୟୁନିଭର୍ସିଟି ଅଫ୍ ଆକରନରୁ କେମିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ କରିଥିଲେ। ତେବେ ୧୯୬୮ରେ ପାରିବାରିକ ବ୍ୟବସାୟ ଏସିଆନ ପେଣ୍ଟ୍ସରେ ଯୋଗଦେଇଥିଲେ। ଯାହାର ସ୍ଥାପନା 1942ରେ ଅଶ୍ୱୀନ ଦାନୀଙ୍କ ବାପା  ସୁର୍ଯ୍ୟକାନ୍ତ ଦାନୀଙ୍କ ସହ ଅନ୍ୟ ତିନି ଜଣ ଆରମ୍ଭ କରିଥିଲେ।  ଅଶ୍ୱୀନ ଦାନୀ କମ୍ପାନୀରେ ଯୋଗ ଦେବାପରେ ସମୟ ସହିତ ସେ କମ୍ପାନୀକୁ ଢେର୍ ଆଗକୁ ନେଇଥିଲେ।  ଶେଷରେ 1997 ରେ ଏସିଆନ୍ ପେଣ୍ଟ୍ସର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ଏସିଆନ୍ ପେଣ୍ଟସ୍ ଏହାର ବିଶ୍ୱସ୍ତରୀୟ କାର୍ଯ୍ୟକୁ ବିସ୍ତାର କରିଥିଲା ​​ଏବଂ ଏକ ଅଗ୍ରଣୀ ପେଣ୍ଟ୍ ଉତ୍ପାଦକ ଭାବରେ ସୁନାମ ଅର୍ଜନ କରିଥିଲା। ଏସିଆନ୍ ପେଣ୍ଟ ବଜାରରେ ପଚାଶ ବର୍ଷରୁ ଅଧିକ ପ୍ରାଧାନ୍ୟ ସହିତ ବର୍ତ୍ତମାନ ଭାରତର ସର୍ବ ବୃହତ ପେଣ୍ଟ ଉତ୍ପାଦନକାରୀ କମ୍ପାନୀ।

wp:html /wp:html

ଫୋର୍ବସ୍ ଆକଳନ କରିଛି ଯେ 2023 ରେ ଦାନିଙ୍କ ନିଟ୍ ମୂଲ୍ୟ 7.1 ବିଲିୟନ ଡ଼ଲାର୍ (58,000 କୋଟି ଟଙ୍କା) ହେବ। ରିପୋର୍ଟ ଅନୁଯାୟୀ,ଆର୍ଥିକ ବର୍ଷ ୨୦୨୨-୨୩ରେ ଏସିଆନ୍ ପେଣ୍ଟ୍ସର ଆୟ ୩୪,୪୮୮ କୋଟି ରହିଛି।

Also Read- ଦେଶରେ ବଢୁଛି କୋଟିପତିଙ୍କ ସଂଖ୍ୟା ; ବାର୍ଷିକ ୧କୋଟିରୁ ଅଧିକ ଆୟ କରୁଛନ୍ତି ୧.୭ ଲକ୍ଷ ଲୋକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.