ଯେତେବେଳେ ଲଣ୍ଡନ ରାସ୍ତାରେ ହୋଇଥିଲା 'ମଦ ବନ୍ୟା', ଯାଇଥିଲା ୮ ଜୀବନ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ ୧୭/୧୦: ଆଜି ୧୭ ଅକ୍ଟୋବର । ୨୧୦ ବର୍ଷ ପୂର୍ବେ ଏହି ଦିନରେ, ଇତିହାସରେ କିଛି ଏମିତି ଘଟିଥିଲା, ଯାହା କରିବା ମୁସ୍କିଲ୍ । କାରଣ ବାସ୍ତବରେ ଘଟିଥିଲା ସେମିତ କିଛି । ୧୮୧୪ ୧୭ ଅକ୍ଟୋବରରେ ଲଣ୍ଡନରେ ହୋଇଥିଲା ମଦ ବନ୍ୟା । ଠିକ୍ ୨୧୦ ବର୍ଷ ପୂର୍ବେ ଲଣ୍ଡନର ସେଣ୍ଟ ଗିଲ୍ସରେ ଘଟିଥିଲା ଏମିତି କିଛି । ସକାଳେ ସବୁକିଛି ଠିକ ଥିଲା । 

ହେଲେ  ଅପରାହ୍ନରେ ଏପରି କିଛି ଘଟିଗଲା ଯାହା ଆଜି ବି ସ୍ମରଣୀୟ । ଇତିହାସରେ, ଯାହାକୁ କୁହାଯାଏ ଲଣ୍ଡନ ବିୟର ବନ୍ୟା । ତେବେ ଏମିତି ସେମିତି ଘଟଣା ନଥିଲା, ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୮ ଜମ । ଘଟଣା ଇତିହାସର ସବୁଠାରୁ ଅଦ୍ଭୁତ ବିପର୍ଯ୍ୟୟ । ଭୟଙ୍କର ବିସ୍ଫୋରଣ ପରେ ଲଣ୍ଡନର ସେଣ୍ଟ ଗିଲ୍ସ ଅଞ୍ଚଳରେ ସୃଷ୍ଟି ହୋଇଥିଲା ମଦ ବନ୍ୟା । ରାସ୍ତାରେ ଭାସିଥିଲା ଲକ୍ଷ ଲକ୍ଷ ଲିଟର ବିୟର । ଏହି କାରଣରୁ ପ୍ରାଣ ହରାଇଥିଲେ ଅନେକ ଲୋକ । କିଛି ଲୋକ ରାସ୍ତାରୁ ମଦ ସବୁକୁ ଗୋଟେଇନେବାକୁ ପଛାଇନଥିଲେ । 

ଗ୍ରେଟ୍ ରସେଲ୍ ଷ୍ଟ୍ରିଟ୍ ଏବଂ ଟୋଟେନ୍ହମ୍ କୋର୍ଟ ରୋଡ୍ କୋଣରେ ଥିବା ଘୋଡା ଗାଡିରେ ଥିବା ମଦ ବୋଝେଇ ଟାଙ୍କି ଫାଡିଯାଇଥିଲା । କାରଣ ବଡ ଧରଣର ବିସ୍ଫୋରମ ହେତୁ ଏଠାରେ ଧମାକା ହୋଇଥିଲା । କୁହାଯାଏ ଯେ ଏହି ଟାଙ୍କି ଭିତରେ ପ୍ରାୟ ୩୫୦୦ ବ୍ୟାରେଲ ଅର୍ଥାତ୍ ୫ ଲକ୍ଷ ଲିଟର ବିୟର ଥିଲା । 

ଏହି ଟାଙ୍କିଗୁଡ଼ିକ କାଠରେ ତିଆରି ହୋଇଥିଲ ।  ଯେତେବେଳେ ଟ୍ୟାଙ୍କର ଫାଟିବା କାରଣରୁ ବିପୁଳ ପରିମାଣର ବିୟର ରାସ୍ତାରେ ପ୍ରବାହିତ ହେବାରେ ଲାଗିଥିଲା । ପ୍ରାୟ ୧୫ ଫୁଟ ଉଚ୍ଚରେ ବିୟରର ତରଙ୍ଗ ରାସ୍ତାରେ ଦ୍ରୁତ ଗତିରେ ଗତି କରିଥିଲା । ଯାହା ସାମ୍ନାକୁ ଆସିଲା ସବୁକିଛି ନଷ୍ଟ ହୋଇଯାଇଥିଲା । ଖାଲି ସେତିକି ନୁହେଁ ଅକାଳରେ ଯାଇଥିଲା ଅନେକ ଜୀବନ . 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.