ଭାରତ ବିରୋଧରେ ନ ଥିଲା ବଳିଷ୍ଠ ପ୍ରମାଣ, ନିଜ୍ଜର ହତ୍ୟା ମାମଲାରେ ନିଜର ପୋଲ୍ ଖୋଲିଲେ ଟ୍ରୁଡୋ

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କୀ  ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ପ୍ରତି ବିବାଦୀୟ ବୟାନ ଦେଉଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଵର ନରମିଛି। ଟ୍ରୁଡୋ ବୁଧବାର ସ୍ଵୀକାର କରିଛନ୍ତି ଯେ, ନିଜ୍ଜର  ହତ୍ୟା ମାମାରେ କାନାଡ଼ା ପାଖରେ କୌଣସି ବଳିଷ୍ଠ ପ୍ରମାଣ ନ ଥିଲା ବରଂ କେବଳ ଗୁଇନ୍ଦା ସୂଚନା ଥିଲା। 

ଜଷ୍ଟିନ ଟ୍ରୁଡୋ କହିଛନ୍ତି, କାନାଡ଼ା ଭାରତକୁ ଏହି କେସ୍‌ରେ ସହଯୋଗ କରିବାକୁ କହିଥିଲା। ସେ କେବଳ ଭାରତକୁ ଅନୁରୋଧ କରି ପ୍ରମାଣ ମାଗିଥିଲେ। ଆମେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ଆଗାମୀ ଯାଞ୍ଚ ଓ ସହଯୋଗ କରିବା କଥା କହିଥିଲୁ। କାରଣ କାନାଡ଼ା ପାଖରେ କେବଳ ଗୁଇନ୍ଦା ସୂଚନା ଥିଲା। କୌଣସି ବଳିଷ୍ଠ ପ୍ରମାଣ ନ ଥିଲା। ଏନେଇ ଖୋଦ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

ନିଜ୍ଜର ହତ୍ୟା ମାମଲାରେ ବିଦେଶୀ ହସ୍ତକ୍ଷେପ ନେଇ ତଦନ୍ତ ସମୟରେ ସାକ୍ଷ୍ୟ ଦେଇ ଟ୍ରୁଡୋ କହିଛନ୍ତି, ଭାରତ ଉପରେ ସାର୍ବଜୀନନ ଭାବରେ ଅଭିଯୋଗ ଆଣିବା ସମୟରେ କେବଳ ଗୁଇନ୍ଦା ସୂଚନା ଥିଲା, କୌଣସି ଠୋସ୍ ପ୍ରମାଣ ନଥିଲା ।   ଜଷ୍ଟିନ ଟ୍ରୁଡୋ ଆହୁରି କହିଛନ୍ତି ଯେ, ‘ପ୍ରଥମେ ନିଜ୍ଜର ହତ୍ୟା ମାମଲାରେ ଗୁଇନ୍ଦା ଏଜେନ୍ସି ଦ୍ବାରା ସୂଚନା ଦିବଯାଇଥିଲା ଯେ ଏଥିରେ ସରକାର ସାମିଲ ଅଛନ୍ତି । ଅନ୍ତର୍ଜାତୀୟ ସଂପୃକ୍ତି ନାହିଁ ।

କିନ୍ତୁ ଅଗଷ୍ଟରେ କାନାଡା ଏବଂ ଦି ଫାଇଭ୍ ଆଇଜ୍ ପାଖରୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଭାରତ ସଂପୃକ୍ତି କଥା ସାମ୍ନାକୁ ଆସିଥିଲା । ସେତେବେଳେ ଆମେ ଗୁଇନ୍ଦା ସୂଚନା ଆଧାରରେ ଏନେଇ ଭାରତ ସରକାରଙ୍କୁ ଜଣାଇଥିଲୁ ।’ ସେପଟେ ଜଷ୍ଟିନ ଟ୍ରୁଡୋ ଲରେନ୍ସ ବିଷ୍ଣୋଇର ନାଁ ନେଇଛନ୍ତି ।  ସେ କହିଛନ୍ତି, ବିଶ୍ବସନୀୟ ପ୍ରମାଣ ଅଛି ଯେ, ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟ ସାମିଲ ଥିଲେ । ଏହା ସହ ଭାରତୀୟ କୂଟନୀତିଜ୍ଞ କାନାଡାର ଲୋକମାନଙ୍କ ସୂଚନା ଏକତ୍ର କରୁଥିଲେ ଏବଂ ଏହାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଦେଉଥିଲେ ବୋଲି ଟ୍ରୁଡୋ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.