ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଅଭିଯାନକୁ ଏଲନ ମସ୍କଙ୍କ ୭୫ ମିଲିୟନ ଡଲାର ଡୋନେସନ

Published By : Prameya-News7 Bureau | October 16, 2024 IST

ୱାସିଂଟନ ୧୬।୧୦: ଟେସ୍ଲା ମାଲିକ ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଗତ ୩ ମାସରେ ଟ୍ରମ୍ପ ସମର୍ଥକ ରାଜନୈତିକ କାର୍ଯ୍ୟାନୁଷ୍ଠାନ କମିଟି (ପିଏସି)କୁ ୭୫ ମିଲିୟନ ଡଲାର ଡୋନେଟ କରିଛନ୍ତି, ଫେଡେରାଲ ଫାଇଲିଂରୁ ମଙ୍ଗଳବାର ଏହା ଜଣାପଡିଛି। ଏହି ମହତ୍ୱପୂର୍ଣ୍ଣ ଡୋନେସନ ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ ଅଭିଯାନରେ ମସ୍କଙ୍କ ବଢୁଥିବା ପ୍ରଭାବକୁ ଦର୍ଶାଉଛି। ଏହି ନିର୍ବାଚନରେ ଡ଼ୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହ୍ୟାରିସ୍‌ ଙ୍କ ବିପକ୍ଷରେ ଲଢୁଛନ୍ତି। 

ମସ୍କ ଯିଏ କେବେ ଡେମୋକ୍ରାଟିକ ସମର୍ଥକ ଥିଲେ ସେ ଗତ ଜୁଲାଇରୁ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି ଓ ପେନସିଲଭାନିଆର ଏକ ରାଲିରେ ପ୍ରଥମ ଥର ତାଙ୍କୁ ଟ୍ରମ୍ପଙ୍କ ସହିତ ଦେଖାଯାଇଥିଲେ। ପେନସିଲଭାନିଆ ବଟଲରରେ ଅନୁଷ୍ଠିତ ରାଲି କାଳରେ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ମସ୍କଙ୍କ ସମର୍ଥକ ସମୂହ ଆମେରିକା ପିଏସି ସେହି ସ୍ୱିଙ୍ଗ ରାଜ୍ୟଙ୍କ ଭୋଟରଙ୍କୁ ଏକତ୍ରିତ କରିବାକୁ ଧ୍ୟାନ କେନ୍ଦ୍ରିତ କରିଛି ଯିଏ ନିର୍ବାଚନରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ପାରିବେ। 

ଫେଡେରାଲ ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ ଆମେରିକା ପିଏସି ଜୁଲାଇ-ସେପ୍ଟେମ୍ବର ଅବଧିରେ ପାଖାପାଖି ୭୨ ମିଲିୟନ ଡଲାର ଖର୍ଚ୍ଚ କରିଛି। ଏହା ଭୋଟରଙ୍କୁ ଆକର୍ଶିତ କରିବା ପାଇଁ କେନ୍ଦ୍ରିତ ଟ୍ରମ୍ପଙ୍କ ଅନ୍ୟ ସମର୍ଥକ ସୁପର ପିଏସିରୁ ବି ଅଧିକ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟ୍ରମ୍ପଙ୍କ ଅଭିଯାନ ମୋଟୋମୋଟି ବାହାର ସମୂହଙ୍କ ଉପରେ ନିର୍ଭରଶୀଳ। ଯାହାର ଅର୍ଥ ହେଉଛି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ସୁପର ପିଏସି ଟ୍ରମ୍ପ ଓ ଡେମୋକ୍ରାଟ କମଲା ହ୍ୟାରିସ୍‌ଙ୍କ ମଧ୍ୟରେ ବହୁତ କମ ଅନ୍ତରର ନିର୍ବାଚନରେ ଏକ ବଡ ଭୂମିକା ନିର୍ବାହ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.