ୟୁକ୍ରେନ କୁପିୟାଁସକୁ କବଜା କରିବାକୁ ଆଗକୁ ବଢ଼ୁଛନ୍ତି ରୁଷ ସୈନିକ, ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କ ଘୋଷଣା

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ: ଋଷ ସେନା ୟୁକ୍ରେନର କୁପିୟାଁସ୍କ କ୍ଷେତ୍ରରେ ଆଗକୁ ବଢ଼ୁଛି। ଫଳରେ ୟୁକ୍ରେନ ଅଧିକାରୀ ଖାରକିଭର କୁପିୟାଁସ୍କ ଏବଂ ଏହାର ଆଖପାଖରେ ତିନି ସମୁଦାୟର ଲୋକଙ୍କୁ ସ୍ଥାନ ଛାଡ଼ିବାକୁ ଘୋଷଣା କରିଛନ୍ତି। ଖାରକିଭ ଗଭର୍ଣ୍ଣର ଓଲେହ ସିନୀହୁବୋବ ଅକ୍ଟୋବର ୧୬ରେ ଏକ ଜାତୀୟ ଟିଭି ପ୍ରସାରଣ ସମୟରେ ଏନେଇ ସୂଚନା ଦେଇଛନ୍ତି।

ସିନୀହୁବୋବ କହିଛନ୍ତି, ‘‘ସୁରକ୍ଷା ସ୍ଥିତି କାରଣରୁ, କୁପିୟାଁସ୍କ ଜିଲ୍ଲାର କୁପିୟାଁସ୍କ ସହରରେ ନାଗରିକଙ୍କ ପାଇଁ ଉଦ୍ଧାର ପ୍ରକ୍ରିୟାକୁ ତ୍ବରାନିତ୍ବ କରାଯାଉଛି । ଜରୁରୀକାଳୀନ ସ୍ଥିତି କାରଣରୁ ବୋରାବା ଗାଁକୁ ମଧ୍ୟ ଖାଲି କରାଯାଇଛି। ରଣନୀତିକ ଦୃଷ୍ଟିରୁ ଏହି ଗାଁ ବେଶ୍ ମହତ୍ବପୂର୍ଣ୍ଣ। କୁପିୟାଁସ୍କ ସେକ୍ଟରରେ ସ୍ଥିତି ସଙ୍ଗୀନ ରହିଛି। ଓସ୍କିଲ ନଦୀର ପୂର୍ବତଟରେ ଲଗାତାର ଗୁଳିକାଣ୍ଡ କାରଣରୁ ବିଜୁଳି, ପାଣି ଭଳି ଆବଶ୍ୟକ ସେବା ମିଳିପାରୁନାହିଁ। ଏହି ମୌଳିକ ଭିତ୍ତିଭୂମି ସେବାକୁ ପୁନଃ କାର୍ଯ୍ୟକ୍ଷମ ମଧ୍ୟ କରାଯାଇପାରୁନାହିଁ।’’ 

ତେବେ ଏହି ସ୍ଥାନାନ୍ତର ଆଦେଶ ସେତେବେଳେ ଆସିଛି, ଯେତେବେଳେ ଏହା ପୂର୍ବରୁ ଡୋନେସ୍କ କ୍ଷେତ୍ରରେ ଥିବା ଗୁରୁତ୍ବପୂର୍ଣ୍ଣ ସୈନ ଲଜିଷ୍ଟିକ୍ ହବ୍‌ ପୋକ୍ରୋଭସ୍କରେ ମଧ୍ୟ ବାଧ୍ୟତାମୂଳକ ଭାବରେ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ମଧ୍ୟ ରୁଷ ସେନା ଲଗାତାର ଆକ୍ରମଣ କରିବା ଜାରି ରଖିଛନ୍ତି। 

ସୂଚନାଥାଉକି, ଏହା ପୂର୍ବରୁ ରୁଷ ସେନା ୨୦୨୨ରେ କୁପିୟାଁସ୍କ ଉପରେ କିଛି ସମୟ ପାଇଁ କବଜା କରିନେଇଥିଲେ। ଏବେ ପୁଣି କବଜା କରିବା ଭୟଙ୍କର ଲଢ଼େଇ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.