ବିଧାନସଭା ଶୀତ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ରହିପାରେ ଗୃହ ସରଗରମ

Published By : Prameya-News7 Bureau | November 28, 2024 IST

News7

ଭୁବନେଶ୍ୱର ୨୮।୧୧ : ବିଧାନସଭା ଶୀତ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଗୃହରେ ଶିଶୁ ବିକ୍ରି , ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ।

ତେବେ ଜଳ ସମ୍ପଦ, ରାଜସ୍ଵ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ବାକି ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ବି ପଚାରି ପାରିବେ। ଶୂନ୍ୟ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଠାଇବେ। 

ଅନ୍ୟପଟେ ବିରୋଧୀଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। କମିଟି ରିପୋର୍ଟ ସହ କାର୍ଯ୍ୟ ପରାମର୍ଶଦାତା ରିପୋର୍ଟର ସୁପାରିସ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ୨୦୨୪କୁ ବିଚାରକୁ ନିଆଯାଉ ବୋଲି ପ୍ରସ୍ତାବ ରଖିବେ ମୁଖ୍ୟମନ୍ତ୍ରୀ। ସେହିପରି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରସ୍ତାବ ରଖିପାରନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.