ଭୁବନେଶ୍ୱର ୦୭/୦୨: ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି । ନିମ୍ନ ଅଦାଲତଙ୍କ NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। ମାଲକାନଗିରି ଏସଡ଼ିଜେଏମ୍ କୋର୍ଟ ଜାରି କରିଥିଲେ ଜାମିନ ବିହୀନ ଗିରଫ ପରୱାନା । ନିଜ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ହାଜର ହେବାକୁ ଜାରି ହୋଇଥିଲା ସମନ। ଦୁଇ ଦୁଇ ଥର ସମନ ସତ୍ତ୍ୱେ କୋର୍ଟରେ ହାଜର ନହେବାରୁ ଜାରି ହୋଇଥିଲା NBW ।
ସୂଚନା ଥାଉକି, ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣଙ୍କ ନାଁରେ ଏନବିଡବ୍ଲୁ ଜାରି କରିଥିଲେ ମାଲକାନଗିରି ଏସଡିଜେଏମ କୋର୍ଟ। ମନୀଷ ଜିଲ୍ଲାପାଳ ଥିବା ସମୟରେ ତାଙ୍କର ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦେବ ନାରାୟଣଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଥିଲେ। ଆଉ ଏହି ମାମଲାରେ ହିଁ ଏନବିଡବ୍ଲୁ ଜାରି କରିଥିଲେ । ବାରମ୍ବାର ସମନ ପରେ କୋର୍ଟରେ ହାଜର ନହୋଇ ସମୟ ପରେ ସମୟ ଗଡ଼ାଉଥିଲେ ମନୀଷ ଅଗ୍ରୱାଲ ଓ ତାଙ୍କ ସହଯୋଗୀ । ହେଲେ ଏବେ କୋର୍ଟରୁ ମିଳିଛି ତାଙ୍କୁ ଆଶ୍ୱସ୍ତି । NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ ।
ଗତ ୨୦୧୯ ଡିସେମ୍ବର ୨୭ରେ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଥିଲେ ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା। ଦିନକ ପରେ ମାଲକାନଗିରି ସତିଗୁଡ଼ା ଜଳଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହ ଠାବ ହୋଇଥିଲା। ଆଉ ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ପତ୍ନୀ ବନଜା ପଣ୍ଡା ।
ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇ କୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ବର୍ତ୍ତମାନ ମାଲକାନଗିରି ଏସଡିଜେଏମ କୋର୍ଟରେ ଶୁଣାଣି ପାଇଁ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀ ଅବସରପ୍ରାପ୍ତ ଓଆରଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି.ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ଏସଡିଜେଏମ କୋର୍ଟ ବାରମ୍ବାର ସମନ କରିଥିଲେ ସୁଦ୍ଧା ସେମାନେ ସମୟ ଗଡ଼ାଇଚାଲିଥିଲେ । ଏମିତିରେ ସୋମବାର ସେମାନଙ୍କ ବିରୋଦରେ ଜାମିନ ବିହୀନ ଗିରଫ ପରଓ୍ବାନା ବା ଏନବିଡବ୍ଲୁ ଜାରି କରିଛନ୍ତି ମାଲକାନଗିରି ଏସଡିଜେଏମ୍।
also read...
ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ 'ସୁଭଦ୍ରା' ଟଙ୍କା, ବଡ ଅପ୍ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ