ଉତ୍ସବ ଋତୁରେ ମହଙ୍ଗା ହେବ ବିମାନ ଯାତ୍ରା! ATF ଦରରେ ୧୮% ବୃଦ୍ଧି

Published By : Prameya-News7 Bureau | September 01, 2023 IST

ନୂଆଦିଲ୍ଲୀ ୧।୯: ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ଦରରେ ୧ ସେପ୍ଟେମ୍ବର ଶୁକ୍ରବାର ୧୮ ପ୍ରତିଶତ ବୃଦ୍ଧି ହୋଇଛି। ଆଗକୁ ଉତ୍ସବ ଋତୁ ଏଥିରେ ଯଦି ଆପଣଙ୍କର ବିମାନ ଯାତ୍ରା ଯୋଜନା ଥାଏ ତେବେ ବିମାନ ଭଡ଼ା ମହଙ୍ଗା ହୋଇପାରେ। କାରଣ ଇନ୍ଧନ ଦର ମହଙ୍ଗା ହେବା ଯୋଗୁ ବିମାନ କମ୍ପାନୀମାନଙ୍କୁ ଫ୍ଲାଇଟସ୍‌ର ଟିକେଟ ଦର ମଧ୍ୟ ବଢାଇବାକୁ ପଡିପାରେ। ନୂଆ ଏଟିଏଫ ଦର ସାରା ଦେଶରେ ଆଜି ଲାଗୁ ହୋଇଯାଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପ୍ରତି କିଲୋଲିଟର ପିଛା ଏଟିଏଫ ଦରରେ ୨୦, ୨୯୫.୨ ଟଙ୍କା  ମହଙ୍ଗା ହୋଇଛି।

{"id":838913,"width":839,"height":629,"sizeSlug":"full","linkDestination":"none"}

ଫଳରେ ଏଟିଏଫ ପ୍ରତି କିଲୋଲିଟର ମୂଲ୍ୟ ଏବେ ୧.୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି। ଦିଲ୍ଲୀରେ ବିମାନ ଇନ୍ଧନ ବା ଜେଟ୍ ଫୁଏଲର ମୂଲ୍ୟ ପ୍ରତି କିଲୋଲିଟର ୧ଲକ୍ଷ ୧୨ ହଜାର ୪୧୯ଟଙ୍କା ୩୩ ପଇସା ହୋଇଯାଇଛି। ଦେଶର ସବୁ ବିମାନ ବନ୍ଦରରେ ବିମାନ ଏବେ ବର୍ଦ୍ଧିତ ଦରରେ ଏଟିଏଫ କିଣିବେ। ଦେଶର ଅଏଲ ମାର୍କେଟିଂ କମ୍ପାନୀମାନେ ଲଗାତାର ତୃତୀୟ ମାସରେ ଏଟିଏଫ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ପୂର୍ବରୁ ଦିଲ୍ଲୀରେ ଏଟିଏଫ ପ୍ରତି କିଲୋଲିଟର ୯୨ହଜାର ୧୨୪ଟଙ୍କା ୧୩ ପଇସାରେ ବିକ୍ରି ହେଉଥିଲା।

{"id":838914,"sizeSlug":"full","linkDestination":"none"}

ତେବେ ତୈଳ କମ୍ପାନୀମାନେ ପୂର୍ବରୁ କରିଥିବା ମୂଲ୍ୟ ବୃଦ୍ଧି ତୁଳନାରେ ଏଥର ଯଥେଷ୍ଟ ଅଧିକ ବୃଦ୍ଧି କରିଛନ୍ତି। ଏକା ଥରକେ ତୈଳ ମୂଲ୍ୟରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ଯାହା ଏବେ ବିମାନ କମ୍ପାନୀଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଗଲାଣି। ହୁଏତ ଏଥି ପାଇଁ ବିମାନ କମ୍ପାନୀ ଫ୍ଲାଇଟ୍‌ ଟିକେଟ୍ ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ଆଗକୁ ପାର୍ବଣ ଋତୁ ସାଙ୍ଗକୁ ଦେଶରେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ବିମାନ ଯାତ୍ରା ଦର ବୃଦ୍ଧି ପର୍ଯ୍ୟଟକ ଓ ଘରୋଇ ଯାତ୍ରୀ ଉଭୟଙ୍କୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.