୧୦ ଦିନ ବିତିଗଲାଣି....ଦିଲ୍ଲୀ ନୂଆ ସିଏମ୍‌ ନା ଘୋଷଣା ନେଇ ଏମିତି କହିଲେ ଆତିଶୀ

Published By : Prameya-News7 Bureau | February 17, 2025 IST

ନୂଆଦିଲ୍ଲୀ ୧୭/୦୨: କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିତିଗଲାଣି ୧୦ ଦିନ । ତଥାପି ହୋଇପାରୁନି ନିଷ୍ପତ୍ତି । ସାମ୍ୱାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବାର ୧୦ ଦିନ ହୋଇଗଲାଣି । 

ଆଜି ୧୭ ତାରିଖ। ଦିଲ୍ଲୀବାସୀ ଆଶା କରୁଥିଲେ ଯେ ଭାରତୀୟ ଜନତା ପାର୍ଟି ୯ ତାରିଖରେ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ । ଏହାସହ ୧୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହା ପରେ ଦିଲ୍ଲୀବାସୀଙ୍କ କାମ ଆରମ୍ଭ ହେବ, କିନ୍ତୁ ଦିଲ୍ଲୀବାସୀଙ୍କର ଅପେକ୍ଷା ଅପେକ୍ଷାରେ ରହିଯାଇଛି । ସେ କହିଛନ୍ତି ଯେ ଆଜି ୧୦ ଦିନ ବିତିଗଲାଣି, କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ନିଷ୍ପତ୍ତି ନେଇପାରିନାହିଁ। ଏହି ୪୮ ଜଣ ବିଧାୟକଙ୍କର ଏକମାତ୍ର କାମ ହେଉଛି ଦିଲ୍ଲୀର ଲୋକମାନଙ୍କୁ ଲୁଟିବା, ଦିଲ୍ଲୀର ଟଙ୍କା ନିଜ ନିଜ ମଧ୍ୟରେ ବାଣ୍ଟିବା । 


ଦିଲ୍ଲୀର ସରକାର ଚଳାଇବା ପାଇଁ, ତାଙ୍କ ପାଖରେ ଏପରି ଜଣେ ବି ବ୍ୟକ୍ତି ନାହାନ୍ତି ଯାହାକୁ ସେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବେ । ବୋଧହୁଏ ପିଏମ୍‌ ମୋଦୀଙ୍କର କେହି ଭରସା ଯୋଗ୍ୟ ହୋଇପାରୁନାହାଁନ୍ତି । ଯଦି କେହି ମୁଖ୍ୟମନ୍ତ୍ରୀ ହେବାକୁ ସକ୍ଷମ ନୁହଁନ୍ତି, ତେବେ ଦିଲ୍ଲୀ ସରକାର କିପରି ଚଳାଯିବ ? ଦିଲ୍ଲୀବାସୀଙ୍କ ପାଇଁ ତାଙ୍କର କୌଣସି ଦୃଷ୍ଟିକୋଣ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.