ସାବାଡ୍ ହେବେ ଏଟିଏମ୍ ଲୁଟେରା, ରାତି ସହରରେ ବୁଲିଲା ପାଟ୍ରୋଲିଂ ଗାଡ଼ି

Published By : Prameya-News7 Bureau | January 30, 2025 IST

ଭୁବନେଶ୍ଵର ୩୦।୦୧ : ପ୍ରଥମେ ପାଟ୍ରୋଲିଂ, ପରେ କନଭୟ ପାଟ୍ରୋଲିଂ, ଆଉ ଏବେ ଏଟିଏମ୍ ପାଟ୍ରୋଲିଂ। ଅପରାଧୀଙ୍କୁ ସାବାଡ଼୍ କରିବାକୁ କମିଶନରେଟ୍ ପୋଲିସର ମାଷ୍ଟର ପ୍ଲାନ୍। ରାଜଧାନୀରେ ବୁଲିଲା ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍। କମିଶନରେଟ୍ ପୋଲିସ ପକ୍ଷରୁ ପ୍ରଥମ କରି ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍ ଆରମ୍ଭ ହୋଇଛି। ଏହି ଗାଡି ସହର ସାରା ପଇଁତରା ମାରିବ ଏବଂ ଏଟିଏମ୍ ଚୋରଙ୍କୁ ସାବାଡ୍ କରିବ। 

ଖବର ଅନୁଯାୟୀ,  ସବୁ ଏଟିଏମ୍ ପାଟ୍ରୋଲିଂ ଗାଡ଼ିରେ ବନ୍ଧୁକଧାରୀ ପୋଲିସମାନେ ସାମିଲ ହୋଇଛନ୍ତି। ଏହି ଗାଡ଼ି ଗୁଡ଼ିକ ପ୍ରତ୍ୟେକ ଥାନାର ମୁଖ୍ୟରାସ୍ତା, ଗଳିକନ୍ଦି ଓ ନିଛାଟିଆ ଜାଗାରେ ଥିବା ସବୁ ଏଟିଏମ୍‌କୁ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜଗିବ। ଗତ ୨୩ତାରିଖରେ ଲିଙ୍ଗରାଜ ଥାନା ଶ୍ରୀରାମ ନଗରରେ ହୋଇଥିବା ଏଟିଏମ୍ ମେସିନ୍ ଲୁଟ୍ ଘଟଣା ପରେ ଏପରି କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.