କେନ୍ଦ୍ରାପଡ଼ା: ନିର୍ବନ୍ଧ ପାଇଁ ବାପା ମାଆ ଯାଇଥିବା ବେଳେ ଝିଅକୁ ବିଷ । ଥଣ୍ଡା ପାନୀୟରେ ବିଷ ମିଶାଇ ପିଇବାକୁ ଦେଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା । ଏଭିଳ ଏକ ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡାମରପୁର ଗାଁରୁ ।
ସୂଚନା ଅନୁଯାୟୀ, ଗାଁର କୈଫତ୍ ଅଲ୍ଲୀଙ୍କ ଝିଅର ଆଜି ପଟାମୁଣ୍ଡାଇରେ ନିର୍ବନ୍ଧ ଥିଲା । ଏଥିପାଇଁ ଝିଅର ବାପାମାଆ ସେଠାକୁ ଯାଇଥିବା ବେଳେ ଝିଅ ଘରେ ପହଞ୍ଚିଥିଲେ ଭାବି ସ୍ବାମୀଙ୍କ ପ୍ରେମିକା । ଆଉ ଥଣ୍ଡା ପାନୀୟରେ ବିଷ ମିଶାଇ ଝିଅକୁ ଜୋର ଜବରଦସ୍ତ ପିଆଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଗ୍ରାମବାସୀମାନେ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଥିଲେ । ଅଭିଯୁକ୍ତ ମହିଳା ବିବାହିତା ଏବଂ କୈଫତ୍ ଅଲ୍ଲୀଙ୍କ ଝିଅ ସହ ନିର୍ବନ୍ଧ ହୋଇଥିବା ପୁଅ ସହ ସଂପୃକ୍ତ ମହିଳାଙ୍କ ଅନୈତିକ ସମ୍ପର୍କ ଥିଲା ବୋଲି କୁହାଯାଉଛି । ପରକୀୟା ପ୍ରିତି ପାଇଁ ପ୍ରତିଶୋଧ ପରାୟଣ ହୋଇ ମହିଳା ଜଣକ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି ।