ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ବୋମାମାଡ଼, ଦୋକାନ ମାଲିକ ଗୁରୁତର

Published By : Prameya-News7 Bureau | February 08, 2025 IST

ନୟାଗଡ଼ ୦୮।୦୨ : ନୟାଗଡ଼ ରାଜସୁନାଖଳା ଫାଣ୍ଡି କୁମ୍ଭାରୀ ଛକରେ ବୋମାମାଡ଼ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରକୁ ବୋମାମାଡ଼ କରିଛି ସ୍ୱାମୀ । ଏହି ଘଟଣାରେ ଦୋକାନ ମାଲିକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛନ୍ତି । ଏହାପରେ ଦୋକାନ ମାଲିକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ରାଜସୁନାଖଳାର କୁମ୍ଭାରୀ ଛକରେ ବର୍ଷା ଆଇସ୍‌ ପାର୍ଲରରେ ବୋଲଗଡ଼ ଥାନା ଅଞ୍ଚଳର ଜଣେ ମହିଳା କାମ କରନ୍ତି । ଏପିରିକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ ଆବେଦନ ହୋଇଥିବା ଜଣାପଡିଛି । ଦୋକାନ ମାଲିକଙ୍କ ସହ ସ୍ତ୍ରୀଙ୍କ ଅନୈତିକ ସଂପର୍କ ରହିଥିବା ସ୍ୱାମୀ ସନ୍ଦେହ କରୁଥିଲେ । ଯାହାର ପରିଣତି ଶୁକ୍ରବାର ବିଳମ୍ବି ରାତିରେ ଦୋକାନ ବନ୍ଦ କରିଥିବା ଫେରୁଥିବା ବେଳେ ସ୍ୱାମୀ ହଠାତ୍‌ ଆସି ବୋମା ଫିଙ୍ଗିଥିଲେ । ଯେଉଁଥିରେ ଦୋକାନ ମାଲିକଙ୍କ ଦୁଇ ଗୋଡ଼ରେ ଆଘାତ ଲାଗିଛି ।ସ୍ଥାନୀୟ ଲୋକମାନେ ଦୋକାନ ମାଲିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍ ଜାରି ରଖିଛି । ଏବେ ଯାଏଁ ଅଭିଯୁକ୍ତକୁ ପୋଲିସ ଧରିନଥିବା ସୂଚନା ମିଲିଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.