AI ଇଞ୍ଜିନିୟର ଅତୁଲ ସୁଭାଷ ସୁଇସାଇଡ୍ ମାମଲା; ପତ୍ନୀ ନିକିତାଙ୍କ ସମେତ ୩ଜଣ ଗିରଫ

Published By : Prameya-News7 Bureau | December 15, 2024 IST

ବେଙ୍ଗାଲୁରୁ: AI ଇଞ୍ଜିନିୟର ଅତୁଲ ସୁଭାଷ ସୁଇସାଇଡ୍ ମାମଲାରେ ସ୍ତ୍ରୀ ନିକିତା ସିଂଘାନିଆ, ତାଙ୍କ ମାଆ ନିଶା ଏବଂ ଭାଇ ଅନୁରାଗକୁ ଗିରଫ କରିଛି । ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ବେଙ୍ଗାଲୁରୁ ପୋଲିସ ସମସ୍ତଙ୍କୁ ବାନ୍ଧିଛି । ପତ୍ନୀ ନିକିତାକୁ ପୋଲିସ ଗୁରୁଗ୍ରାମରୁ ଆରେଷ୍ଟ କରିଥିବା ବେଳେ ମାଆ ଏବଂ ଭାଇକୁ ପ୍ରୟାଗରାଜରୁ ଗିରଫ କରିଛି । AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ପୂର୍ବରୁ ଦେଢ଼ ଘଣ୍ଟାର ଭିଡିଓ ଏବଂ ୨୪ ପୃଷ୍ଠାର ସୁଇସାଇଡ୍ ଲେଖିଥିଲେ । ସେଥିରେ ସେ ଆତ୍ମହତ୍ୟା ପାଇଁ ନିଜ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ପୋଲିସ ସମସ୍ତ ଗିରଫ କରିବା ପରେ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି । 

ଶୁକ୍ରବାର ବେଙ୍ଗାଲୁରୁ ପୋଲିସ ନିକିତା ସିଂଘାନିଆଙ୍କ ଜୈନପୁର ସ୍ଥିତ ଘରେ ନୋଟିସ୍ ଲଗାଇଥିଲା । ନୋଟିସରେ ୩ ଦିନ ଭିତରେ ବୟାନ ରେକର୍ଡ କରିବାକୁ କୁହାଯାଇଛି । ଏପଟେ ଆହ୍ଲାବାଦ ହାଇକୋର୍ଟରେ ଅଭିଯୁକ୍ତ ନିକିତା ସିଂଘାନିଆ, ନିଶା ସିଂଘାନିଆ ଏବଂ ଅନୁରାଗ ସିଂଘାନିଆ ଅନ୍ତରିଣ ଜାମିନ ପାଇଁ ଆବେଦନ କରିଛନ୍ତି ।  

ଅତୁଲ ସୁଭାଷ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ କରିଥିଲେ ।  ଯେଉଁଥିରେ ଲୋୟର ନ୍ୟାୟପାଳିକାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି । ତାଙ୍କ ମୃତ୍ୟୁ ପାଇଁ ସେ ପାଞ୍ଚ ଜଣଙ୍କୁ ଦାୟୀ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ଜୈନପୁରର ଫ୍ୟାମିଲି କୋର୍ଟର ଲେଡି ଜଜ୍ । ଏହା ପରେ ନିକିତା, ନିକିତାଙ୍କ ମା’ ନିଶା, ଭାଇ ଅନୁରାଗ ସିଙ୍ଗାନିଆ ଏବଂ ବଡବାପା ସୁଶୀଲ କୁମାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ଅତୁଲ ସୁଭାଷ ଅଭିଯୋଗ କରିଛନ୍ତି ଯେ, ପରିବାର କୋର୍ଟର ବିଚାରପତି, ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାରକୁ ହଇରାଣ କରିବାରେ ସମର୍ଥନ କରନ୍ତି । ଏହି ମାମଲାର ସମାଧାନ ବଦଳରେ ଟଙ୍କା ମାଗିଥିଲେ। କୋର୍ଟ କିରାଣୀମାନେ ମଧ୍ୟ ଟଙ୍କା ନେଇ ଏପରି ତାରିଖ ସ୍ଥିର କରୁଥିଲେ ଯାହା ସେମାନଙ୍କୁ ଅସୁବିଧାରେ ପକାଇବ । ଅତୁଲ ତାଙ୍କ ଶେଷ ଭିଡିଓରେ କହିଛନ୍ତି ଯେ, ଯଦି ତାଙ୍କ ମୃତ୍ୟୁ ପରେ ମଧ୍ୟ ବିଚାରପତି ଏବଂ ଦୁର୍ନୀତିଗ୍ରସ୍ତ କୋର୍ଟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ତାଙ୍କ ଅସ୍ତିକୁ କୋର୍ଟ ବାହାରେ ନାଳରେ ଫିଙ୍ଗି ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.