ଟି-୨୦ ବିଶ୍ଵକପ୍ରୁ ବାଦ୍ ପଡ଼ିବ ଅଷ୍ଟ୍ରେଲିଆ ! ଭାରତ ମ୍ୟାଚ୍‌ରେ ବର୍ଷାର କଳା ବାଦଲ, Video

Published By : Prameya-News7 Bureau | June 23, 2024 IST

abplive

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଚମକପ୍ରଦ ବିଜୟ ପରେ ଟି-୨୦ ବିଶ୍ଵକପ୍‌ର ସୁପର-୮ର ଗ୍ରୁପ ୧ରେ ସେମି ଫାଇନାଲ୍ ଦୌଡ଼ ରୋଚକ ମୋଡ଼ ନେଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ର ଗୁରୁତ୍ଵ  ବଢି ଯାଇଛି। ଭାରତ ନିଜର ଦୁଇଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ଅଙ୍କ ତାଲିକାରେ ଶୀର୍ଷରେ  ରହିଛି। ଅନ୍ୟପଟେ ଆଫଗାନିସ୍ତାନଠୁ ପରାଜିତ ହେବା ପରେ କଙ୍ଗାରୁ ଦଳର ସେମି ଫାଇନାଲ୍ ରାସ୍ତା ମୁସ୍କିଲ  ହୋଇ ଯାଇଛି। ସେମି ଫାଇନାଲ୍‌ ଯିବା ପାଇଁ ହେଲେ କଙ୍ଗାରୁ ଦଳକୁ ଭାରତୀୟ ଦଳକୁ ହରାଇବା ଜରୁରୀ। ମାତ୍ର ଯେଉଁ ଖବର ରହିଛି ତାହା ଅଷ୍ଟ୍ରେଲିଆକୁ ବମ ଝଟକା ଦେଇପାରେ। ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବର୍ଷାର ସମ୍ଭାବନା ରହିଛି। 




ଏହି ମୁକାବିଲା ସେଣ୍ଟ ଲୁସିଆର ଡାରେନ ସାମି ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେଣ୍ଟ ଲୁସିଆରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ପାଣିପାଗ ଖରାପ ରହିବା ସହ ବିଜୁଳି ମଧ୍ୟ ମାରୁଛି। ସେଣ୍ଟ ଲୁସିଆରେ ଆଗାମୀ ପୁରା ସପ୍ତାହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସୋମବାର ସକାଳେ  ହାଲୁକା ବର୍ଷା   ହୋଇପାରେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୪ଟା ଯାଏ ଆକାଶ ସଫା ରହିପାରେ। ଯଦି ବର୍ଷା ହୁଏ ତେବେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଓଭର ହ୍ରାସ ହୋଇପାରେ ଏବଂ ମ୍ୟାଚ୍ ରଦ୍ଦ ହୋଇପାରେ।

ମ୍ୟାଚ୍ ରଦ୍ଦ ହେଲେ କାହାକୁ ମିଳିବ ଫାଇଦା ?

ଭାରତ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ପ୍ରଥମ ସ୍ଥାନରେ ରହିଛି। ଅନ୍ୟପଟେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଖାତାରେ ଦୁଇ ପଏଣ୍ଟ ରହିଛି।ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ରଦ୍ଦ  ହେଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଫଳରେ ଭାରତ  ୫ ଓ ଅଷ୍ଟ୍ରେଲିଆର ପଏଣ୍ଟ ୩କୁ ବୃଦ୍ଧି ଘଟିବ। ଏମିତି ସ୍ଥିତିରେ ଅଷ୍ଟ୍ରେଲିଆ ଚାହିଁବ ଯେ କୌଣସି ସ୍ଥିତିରେ ବାଂଲାଦେଶ ଆଫଗାନିସ୍ତାନକୁ ହରାଉ। ଏମିତି ହେଲେ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଯିବ। ବାଂଲାଦେଶକୁ ପରାସ୍ତ କଲେ ଆଫଗାନିସ୍ତାନକୁ ସେମିକୁ ଉନ୍ନୀତ ହେବ। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.