କଲେଜ ଡନ୍, ୭୦୦ ସୁଟରଙ୍କ ବାଦଶାହ, ଟାର୍ଗେଟରେ ନାମୀଦାମୀ ନେତା, ଅଭିନେତା

Published By : Prameya-News7 Bureau | October 15, 2024 IST

ମୁମ୍ୱାଇ ୧୫/୧୦: ବାବା ସିଦ୍ଦିକିଙ୍କ ହତ୍ୟା ପରେ ସବୁଠି ହଇଚଇ । ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ସମସ୍ତ ସୁଟର ଲରେନ୍ସ ଗ୍ୟାଙ୍ଗର । ମାସେ ପୂର୍ବରୁ ଚାଲିଥିଲା ହତ୍ୟା ଷଡଯନ୍ତ୍ର । ବାବା ସିଦ୍ଦିକିଙ୍କ ଘର ଉପରେ ଥିଲା କଡ୍ଡା ନଜର । ଏସବୁର ମାଷ୍ଟରମାଇଣ୍ଡ ଥିଲା ଗ୍ୟାଙ୍ଗଷ୍ଟର । ଜେଲରେ ଥାଇ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଲରେନ୍ସ ନିର୍ଦ୍ଦେଶରେ ଘଟିଥିଲା ବିଭତ୍ସ କାଣ୍ଡ । ହେଲେ କେମିତି ଜଣେ ଭଲ ପରିବାରର ପିଲା ହୋଇଗଲା ଅପରାଧୀ । ଛିଡାକଲା ଅପରାଧର କଳା ସାମ୍ରାଜ୍ୟ । ବିଷ୍ଣୋଇ ଗ୍ୟାଙ୍ଗର କେମିତି ପଡିଲା ମୂଳଦୁଆ, କେମିତି ହେଲା ଫେମସ? 

୩୨ ବର୍ଷୀୟ ଲରେନ୍ସ ବିଷ୍ଣୋଇ । ପଞ୍ଜାବର ଧତ୍ତରୱାଲି ଗାଁ ବାସିନ୍ଦା ଅବୋହରରେ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ । ୨୦୧୦ ରେ ଚଣ୍ଡୀଗଡ଼ DAV କଲେଜ୍, ସେକ୍ଟର -୧୦ରେ ପାଠପଢା । ୨୦୧୧-୧୨ରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ହୋଇଥିଲେ ସେ । ଆଉ ସେବେଠୁ ଆରମ୍ଭ ହୋଇଥିଲା ଅପରାଧ ଯାତ୍ରା । ସବୁ ଖେଳାଳି ଓ ପୋଲିସ ପିଲାଙ୍କୁ ନେଇ ଗଢିଥିଲା ଗ୍ୟାଙ୍ଗଷ୍ଟର ଗ୍ରୁପ୍ । ଛାତ୍ର ରାଜନୀତି ଆଳରେ ଲରେନ୍ସ ସହକର୍ମୀଙ୍କ ସହ ରାଜସ୍ଥାନ, ଶ୍ରୀଗଙ୍ଗନଗର ଏବଂ ଭରତପୁରରେ ରହୁଥିଲା । ବିରୋଧରେ ରୁଜୁ ହୋଇଥିଲା ପ୍ରଥମ ରିପୋର୍ଟ ହତ୍ୟା ଉଦ୍ୟମ । ପରେ ୨୦୧୦ ରେ, ନାଁରେ ଯୋଡିହେଲା ଆଉ ଗୋଟିଏ ଅପରାଧିକ ମାମଲା । 

ଅପରାଧ ଜଗତରେ ଲରେନ୍ସ ଏଣ୍ଟ୍ରି ମାରିବା ପଛରେ ଥିଲା ଜଣେ ଗ୍ୟାଙ୍ଗଷ୍ଟରର ହାତ । ଫାଜିଲ୍କା ଗ୍ୟାଙ୍ଗଷ୍ଟର ନେତା ଜସୱିନ୍ଦର ସିଂ ଓରଫ୍ ରକି ଦେଇଥିଲା ଚାନ୍ସ । ସେଠାରେ ବିଷ୍ଣୋଇ ବିରୋଧରେ ରୁଜୁ ହୋଇଥିଲା ୭ ମାମଲା । ଚାରିଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା । ତିନୋଟି ଏଫ୍ଆଇଆର୍‌ରେ ମାମଲା କୋର୍ଟରେ ବିଚାରାଧୀନ ଅଛି। ମେ ୨୦୧୬ରେ ରେ ହିମାଚଳ ପ୍ରଦେଶର ପାରୱାନୋ ନିକଟରେ ରକିଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପଛରେ ଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟପାଲ ଭୁଲାର । ହେଲେ ଜୁନ୍ ୨୦୨୦ରେ ଭୁଲରଙ୍କୁ କୋଲକାତାରେ କରାଯାଇଥିଲା ହତ୍ୟା । 


୨୦୧୮ରେ ପୋଲିସ ସ୍କାନରକୁ ଆସିଥିଲା ଲରେନ୍ସ । କାରଣ ପୋଲିସ ହାତରେ ଧରାପଡିଥିଲା ଘନିଷ୍ଠ ସହଯୋଗୀ ସାମ୍ପତ ନେହେରା । ଜୁନ୍ ୨୦୧୮ରେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ନେହେରା ଖୋଲିଥିଲା ସବୁ ଗୁମର । କଳାହରିଣ ହତ୍ୟା ମାମଲାରେ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାକୁ ଲରେନ୍ସ ଷଡଯନ୍ତ୍ର ରଚିଥିବା ହୋଇଥିଲା ସ୍ପଷ୍ଟ । କାରଣ ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ପବିତ୍ର ବିଷ୍ଣୁ ସହ ସମାନ ବୋଲି କରନ୍ତି ବିବେଚନା । ଖାସ୍ ସେଥିପାଇଁ ସଲମାନଙ୍କୁ ଟାର୍ଗେଟ କରିଛି ଲରେନ୍ସ । 

ଲରେନ୍ସ ଗ୍ୟାଙ୍ଗ ଏବେ ଏତେ ବ୍ୟାପ୍ତ ଯେ, ଜେଲ୍‌ରେ ବସି ନେଟୱର୍କ ଚଳାଉଛି ସେ । ୨୦୧୪ରୁ ସେ ଜେଲରେ, ତଥାପି ଜାରି ରହିଛି ଅପରାଧିକ କାରନାମା । ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି ସମେତ ଅନେକ ରାଜ୍ୟର ପୋଲିସ ଲରେନ୍ସଙ୍କ ବିରୋଧରେ ରୁଜୁ କରିଛନ୍ତି ଅନେକ ମାମଲା । ଦୁଇ ଡଜନରୁ ଅଧିକ ହତ୍ୟା, ହତ୍ୟା ଉଦ୍ୟମ, ଚୋରୀ ଇତ୍ୟାଦି ମାମଲା ବିଚାରାଧୀନ ରହିଛି। ମେ ୨୦୨୨ରେ ପଞ୍ଜାବୀ କଳାକାର ସିଦ୍ଧୁ ମୁସ୍ସେୱାଲାଙ୍କୁ ହତ୍ୟା କରିଥିଲେ ବିଷ୍ଣୋଇ ଗ୍ୟାଙ୍ଗ । ତେବେ ଏହାର ନିଡ୍ ନେଇଥିଲା ଗୋଲ୍ଡି ବ୍ରାର । ଆଉ ଏବେ ପାଳି ପଡିଛି ବାବା ସିଦ୍ଦିକିଙ୍କର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.