ଫୁଲୁଛି ବୈତରଣୀ ନଦୀ, ଆଖୁଆପଦା ଆନିକଟ୍ ଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ

Published By : Prameya-News7 Bureau | September 17, 2024 IST

ଭଦ୍ରକ ୧୭।୯: ଫୁଲୁଛି ବୈତରଣୀ ନଦୀ । ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଫୁଲୁଛି ବୈତରଣୀ । ବୈତରଣୀ ନଦୀ ଆଖୁଆପଦା ଆନିକଟ୍ ଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ବିଳମ୍ବିତ ରାତିରେ ସତର୍କ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୭ଟା ସୁଦ୍ଧା ୧୮.୧୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । 

ଉପର ମୁଣ୍ଡରେ ବର୍ଷା ବର୍ତ୍ତମାନ ଛାଡିଥିବା ବେଳେ ଟିକିଏ ଆସ୍ବସ୍ତି ମିଳିଛି । ମଙ୍ଗଳବାର ଦିନ ତମାମ ଓ ରାତିରେ ବର୍ଷା ପାଣି ନଦୀରେ ଆସିଲେ ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରିବା ସହ ଛୋଟ ବନ୍ୟା ଆଶଙ୍କା କରାଯାଉଛି ।

You Can Read:

ଛୁରାମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ହତ୍ୟାକାରୀକୁ ଧରିବାରେ ପୋଲିସ ବିଫଳ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.