ଛୁରାମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ହତ୍ୟାକାରୀକୁ ଧରିବାରେ ପୋଲିସ ବିଫଳ

Published By : Prameya-News7 Bureau | September 17, 2024 IST

ଆଠମଲ୍ଲିକ ୧୭।୯: ଆଠମଲ୍ଲିକ NAC ଛକରେ ଥିବା  ବିଦେଶୀ ମଦ ଦୋକାନ ଏବେ ମଦୁଆଙ୍କ ଆଡାସ୍ଥଳୀ ସାଜିଛି । ମୁଖ୍ୟ ରାସ୍ତାରୁ ୫୦୦ ମିଟର ଦୂରତାରେ ମଦ ଦୋକାନ ରହିବାର ନିୟମ ଥିଲେ ହେଁ ସମସ୍ତ ନିୟମ ଅମାନ୍ୟ କରିଛି ଏହି ବିଦେଶୀ ମଦ ଦୋକାନ । ଗତ ୧୪ ତାରିଖରେ ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାହା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା । ହତ୍ୟାକାରୀକୁ ଧରିବାରେ ଏବେବି ପୋଲିସ ବିଫଳ ।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ କରମା ପୂଜା ଭସାଣୀ ସମୟରେ କିଶୋରନଗର ଧଉରାପାଲି ଗ୍ରାମରୁ ଆଠମଲ୍ଲିକ ଆସିଥିବା ବାଦଶାହା ମିର୍ଧାଙ୍କ ମାମୁଁ ବିଦେଶୀ ମଦରୁ ମଦ କିଣୁଥିଲେ । ସେହି ସମୟରେ କିଛି ଯୁବକ ତାଙ୍କ ସହିତ ଝଗଡା କରିଥିଲେ । ସେହି ସମୟରେ ବାଦଶାହା ଝଗଡା ରୋକିବାକୁ ଯାଇଥିଲେ । ସେହି ସମୟରେ ଜଣେ ଯୁବକ ବାଦଶାହାଙ୍କ ପେଟରେ ଛୁରୀ ଭୂସୀ ଦେଇଥିଲେ । ପ୍ରାଣ ବିକଳରେ ସେ ଦୌଡ଼ି ପଳାଇଥିବା ସମୟରେ ଆଉ ଜଣେ ଯୁବକ ଏକ ମଦ ବୋତଲ ତାଙ୍କ ମୁଣ୍ଡରେ ପିଟି ମୁଣ୍ଡ ଫଟାଇ ଦେଇଥିଲେ । ରକ୍ତ ଜୁଡୁବୁଡୁ ହୋଇଥିବା ବାଦଶାହାକୁ ପ୍ରଥମେ ଆଠମଲ୍ଲିକ ମେଡିକାଲକୁ ନିଆଯାଇଥିଲା । ପରେ ବାଦଶାହାକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବାଦଶାହା ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଆଠମଲ୍ଲିକ ଥାନାରେ ଏତଲା ଦାୟର ହୋଇଛି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଆଜିଯାଏଁ ଫେରାର ଥିବା ଯୁବକକୁ ଧରିବାରେ ବିଫଳ ହୋଇଛି । ପୋଲିସ ଘଟଣାରେ  ସଂପୃକ୍ତ ଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ମୁଖ୍ୟ ରାସ୍ତାରୁ ଅତି କମ୍‌ରେ ୫୦୦ ମିଟର ଦୂରତାରେ ମଦ ଦେକାନ ରହିବାର ନିୟମ ଥିଲେ ହେଁ ଆଠମଲ୍ଲିକ କୋର୍ଟ, ପୋଲିସ ଷ୍ଟେସନ, ସ୍କୁଲ, ଜନବସତି, NAC ଓ ଅବକାରୀ ଅଫିସ ସମ୍ମୁଖରେ ଥିବା ମଦ ଦୋକାନକୁ କାହା ସ୍ବାର୍ଥ ପାଇଁ ସ୍ଥାନାନ୍ତର କରାଯାଇନାହିଁ । ବିଦେଶୀ ମଦ ଦୋକାନ ପାଇଁ ଆଗକୁ ଆଉ ଯେ ହତ୍ୟାକାଣ୍ଡ ନଘଟିବ ତାହା କିଏ କହିବ । ଏ ଦୃଷ୍ଟିରୁ  ମଦ ଦୋକାନକୁ ତୁରନ୍ତ ଅନ୍ୟତ୍ର ଉଠାଇବାର ଆବଶକ୍ୟତା ରହିଛି ।

You Can Read:

ଖଣ୍ଡପଡା ଏନ୍ଏସିରେ ଅନାସ୍ଥା ଭୋଟ୍, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.