ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତାଙ୍କ ସ୍ନାନଯାତ୍ରା, ଗଜବେଶରେ ଦର୍ଶନ ଦେବେ ବଳଦେବଜୀଉ

Published By : Prameya-News7 Bureau | June 22, 2024 IST

କେନ୍ଦ୍ରାପଡା ୨୨/୦୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା l ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଆଜି ସ୍ନାନମଣ୍ଡପରେ ବିଜେ କରିବେ l ସ୍ନାନ ମଣ୍ଡପରେ ଶ୍ରୀ ଜୀଉମାନଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ l 

ସ୍ନାନମଣ୍ଡପରେ ବିଜେ ହେବାପରେ ଜୟ ମଙ୍ଗଳ ଆଳତୀ, ନୀତି ସ୍ନାନ, ବଲ୍ଲବ ମଣୋହି, ମଙ୍ଗଳାର୍ପଣ ଇତ୍ୟାଦି କରାଯିବ l ଆଜି ଶ୍ରୀ ବଳଦେବଜୀଉଙ୍କ ଗଜ ବଦନ ବେଶ ଅନୁଷ୍ଠିତ ହେବ l ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି l ସେପଟେ ମହାବାହୁଙ୍କ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମଗାମ ହେବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.