ବାରିପଦା ୧୪।୩: ଘରେ ପଶିଲେ, ବ୍ୟବସାୟୀଙ୍କ ଗଳା କାଟିଲେ । ଶେଷରେ ବ୍ୟବସାୟୀଙ୍କୁ ମୃତ ଘୋଷଣା କଲେ ଡାକ୍ତରର । ପୂର୍ବ ଶତ୍ରୁତାରୁ ଏମିତି ଘଟିଥିବା ଅନୁମାନ । ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ମୃତ ବ୍ୟବସାୟୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀ ଅଞ୍ଚଳରେ ରହୁଥିଲେ । ଶୁକ୍ରବାର ଦିନ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏମିତି କି ବ୍ୟବସାୟୀଙ୍କ ଗଳା କାଟି ଦେଇଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପିଆରଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟବସାୟୀ ଜଣଙ୍କ ହେଲେ ସ୍ନେହାଶିଷ ପଣ୍ଡା ।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସମସ୍ତେ ଅଷ୍ଟମପ୍ରହରୀରେ ବ୍ୟସ୍ତ ଥିବା ବେଳେ କେହି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଛନ୍ତି ।
You Can Read: