ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ଵିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟ କର ଛାଡ଼ ପରି ବଡ଼ ଘୋଷଣା କରିଛନ୍ତି। ଏହି ବଜେଟ୍କୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ସେ ତାତ୍ସଲ୍ୟ କରି କହିଛନ୍ତି, ଏହି ବଜେଟ୍ ଗୁଳିର ଘା ଉପରେ ବ୍ୟାଣ୍ଡ ଆଡ୍ କରିବା ପରି ହୋଇଛି।
କଂଗ୍ରେସ ସାଂସଦ ରାହୁଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଗୁଳିର ଘା ଉପରେ ବ୍ୟାଣ୍ଡ ଆଡ୍। ବୈଶ୍ଵିନ ଅନିଶ୍ଚିତତା ମଧ୍ୟରେ ଆମର ଆର୍ଥିକ ସଙ୍କଟକୁ ସମାଧାନ କରିବା ପାଇଁଚ ବଡ଼ ପରିବର୍ତ୍ତନର ଆବଶ୍ୟକତା ଥିଲା। ମାତ୍ର ଏହି ସରକାର ବିବାର ମାମଲାରେ ଦେବାଳିଆ ହୋଇ ସାରିଛି। କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଅର୍ଥମନ୍ତ୍ରୀ ୪ ଇଞ୍ଜିନର କଥା କହିଲେ- କୃଷି, ଏମଏସଏମଇ, ନିବେଶ ଓ ରପ୍ତାନୀ। ଏତେ ସାରା ଇଞ୍ଜିନ ଯେ ବଜେଟ୍ ସଂପୂର୍ଣ୍ଣ ଭାବେ ଟ୍ରାକରୁ ଓହ୍ଲାଇ ଯାଇଛି।
କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବଜେଟ୍କୁ ନେଇ ସରକାରଙ୍କୁ ଘେରିଛନ୍ତି। ସେ ଲେଖିଛନ୍ତି, ଏକ ଲୋକଥା ଅଛି, ଯାହା ସଂପୂର୍ଣ୍ଣ ଭାବେ ଏହି ବଜେଟ୍ ଉପରେ ଫିଟ୍ ରହିବ, ୯୦୦ ମୂଷା ଖାଇ ହଜ୍ ଚାଲିଲା ବିଲେଇ। ଗତ ୧୦ ବର୍ଷ ଧରି ମୋଦୀ ସରକାର ମଧ୍ୟବିତ୍ତଙ୍କଠୁ ୫୪.୧୮ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି। ଆଉ ଏବେ ୧୨ ଲକ୍ଷ ପର୍ଯ୍ୟନ୍ତ କୋହଳ ଦେଉଛନ୍ତି।