ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ବିଧାୟକ ମାଡ଼ ମାରିବା ଘଟଣା : ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି କଲେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 03, 2025 IST

NEWS UPDATE

ଭୁବନେଶ୍ବର ୩ଯାଜପୁର ଜିଲ୍ଲା ବରୀ ବ୍ଲକ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଅମର ରଞ୍ଜନ ନାୟକଙ୍କୁ ବିଧାୟକ ମାଡ଼ ମାରିବା ଘଟଣାରେ ଆଇନ ମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ସରକାରୀ ଅଧିକାରୀ ଅମର ରଞ୍ଜନ ନାୟକ । ସରକାରୀ କାର୍ଯ୍ୟାଳୟରେ ପଶି ବରୀ ବ୍ଲକ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ଏନେଇ ପୋଲିସର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ଅମର । କିନ୍ତୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଇନ ମନ୍ତ୍ରୀଙ୍କୁ ଭେଟି କଡ଼ା କରାଯ୍ୟନୁଷ୍ଠାନ ଦାବି କରିଛନ୍ତି । ଆଗକୁ ବ୍ଲକରେ ସମସ୍ତ ସରକାରୀ ଅଧିକାରୀ କଲମ ଛାଡ଼ ଆନ୍ଦୋଳନ କରିବାକୁ ବି ଚେତାବନୀ ଦେଇଛନ୍ତି ।

You Can Read:

ନାଁ ନନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କଲେ ପ୍ରଭାତୀ ପରିଡ଼ା, ‘ଯିଏ ହିନ୍ଦୁ ସଂସ୍କୃତି ଓ ପରମ୍ପରା ସହ ଖେଳୁଛି, ତାର ଫଳ ଭୋଗିବାକୁ ଅପେକ୍ଷା ଅଛି’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.