ତଦନ୍ତ ଆଳରେ ପୋଲିସର ନିର୍ଯାତନା ! ବେଙ୍ଗାଲୁରୁ ମହିଳା ଆତ୍ମହତ୍ୟା ଘଟଣାରେ ରୋଚକ ମୋଡ

Published By : Prameya-News7 Bureau | November 25, 2024 IST

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ୩୩ ବର୍ଷୀୟା ମହିଳାଙ୍କ ଆତ୍ମହତ୍ୟା ମାମଲା ରୋଚକ ମୋଡ଼ ନେଇଛି ।  ତଦନ୍ତ ଆଳରେ ମହିଳାଙ୍କୁ ଉଲଗ୍ନ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କାଲି ଏତିକି ନୁହେଁ କର୍ଣ୍ଣାଟକ ସିଇଡିର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ । ପୋଲିସର ଅତ୍ୟାଚାର ସହି ନପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ମହିଳା ।

ସୂଚନା ଅନୁଯାୟୀ, ସୁଇସାଇଡ୍ କରିଥିବା ହେଉଛନ୍ତି ମହିଳା ଏସ. ଜିଭା । ତାଙ୍କ ନାଁରେ କର୍ଣ୍ଣାଟକ ଭୋବି ସମବାୟ ବିକାଶ ଦୁର୍ନୀତି ଅଭିଯୋଗ ଆସିଥିଲା । ଏନେଇ କର୍ଣ୍ଣାଟକ ହାଇକୋର୍ଟ ୧୪ରୁ ୨୩ ନଭେମ୍ବର ମଧ୍ୟରେ ଜିଭାଙ୍କୁ ଭିଡିଓ କନଫରେନ୍ସିଂରେ ପଚରାଉଚରା ପାଇଁ ସିଆଇଡିକୁ ନିର୍ଦ୍ଦେଶ ଦେଇଥିଲେ ।  ଏସ. ଜିଭାଙ୍କ ଭଉଣୀ ସଙ୍ଗୀତା କହିଛନ୍ତି, ନଭେମ୍ବର ୧୪ ତାରିଖରେ ପ୍ୟାଲେସ୍ ରୋଡ୍ ଥିବା ସିଆଇଡି ମୁଖ୍ୟାଳୟ ଜିଭାଙ୍କୁ ଡକରା ଆସିଥିଲା । ସିଆଇଡି ଡିଏସପି କନକଲକ୍ଷ୍ମୀ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟ୍ କରିବାକୁ କହିଥିଲେ । ପୋଲିସ୍ କନକଲକ୍ଷ୍ମୀଙ୍କ ସାମ୍ନାରେ ହାଜର କରିବା ପରେ ଡିଏସପି ମହିଳାଙ୍କ ଡ୍ରେସ୍ ଖୋଲି ପଚରାଉଚରା କରିଥିଲେ । ପରେ ଅନ୍ତବସ୍ତ୍ର ଭିତରେ ବିଷାକ୍ତ ଦ୍ରବ୍ୟ ରଖିଥିବା ସନ୍ଦେହ କରି ଜିଭାଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ କହିଥିଲେ । ସିଆଇଡି ବରିଷ୍ଠ ଅଧିକାରୀ ଜଣଙ୍କ ଦୁର୍ନୀତି ମାମଲାରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ବାରମ୍ବାର ନିର୍ଯାତନା ଦେବାରୁ ବାଧ୍ୟ ହୋଇ ଏସ. ଜିଭା ଆତ୍ମହତ୍ୟା କରିଥିଲେ ତାଙ୍କ ଭଉଣୀ ଏସ. ସଙ୍ଗୀତା ଅଭିଯୋଗ କରିଛନ୍ତି ।

ମୃତ ଏସ. ଜିଭାଙ୍କ ଭଉଣୀ ଏସ. ସଙ୍ଗୀତାଙ୍କ ହୋଇଥିବା ଅଭିଯୋଗ ଆଧାରରେ ସିଆଇଡି ଡେପୁଟି ସୁପରିଣ୍ଟେଣ୍ଡଣ୍ଟ କନକଲକ୍ଷ୍ମୀଙ୍କ ବିରୋଧରେ ବନଶଙ୍କରୀ ପୋଲିସ ଷ୍ଟେସନରେ ଏଫଆଇଆର୍ ରୁଜୁ ହୋଇଛି । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.