ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ଐତିହାସିକ ବିଜୟ ହାସଲ କରିଛି । ବିଜେପି ଏକାକୀ ୧୩୩ ଆସନ ଜିତିଛି । ନିର୍ବାଚନରେ ଭୋଟ୍ ଜିହାଦ୍ ପ୍ରସଙ୍ଗ ବେଶ ଚର୍ଚ୍ଚାରେ ରହିଥିଲା । ମୌଲାନା ସଜ୍ଜାଦ ନୋମାନୀ ବିଜେପିକୁ ସମର୍ଥନ କରୁଥିବା ମୁସଲମାନଙ୍କ ମଜାକ୍ ଉଡାଇଥିଲେ । ଏପରି କି ସେମାନଙ୍କୁ ନିଜ ନାଁ ଧନଶ୍ୟାମ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ନିର୍ବାଚନ ପରିମାଣ ପରେ ନୋମାନୀ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ସେ ସୋସିଆଲ୍ ମିଡିଆରେ ପତ୍ର ଜାରି କରି କୌଣସି ବିଶେଷ ସମୁଦାୟକୁ ଟାର୍ଗେଟ୍ କରିବା କିମ୍ୱା ଫତୱା ଜାରି କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି ।
ଲୌକ୍ଷ୍ନର ବାସିନ୍ଦା ଏବଂ ମୁସଲିମ୍ ସମୁଦାୟଙ୍କ ମଧ୍ୟରେ ନିଜର ପ୍ରଭାବ ରଖୁଥିବା ମୌଲାନା ସଜ୍ଜାଦ ନୌମାନୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିବାଦୀୟ ଫତୱା ଜାରି କରିଥିଲେ । ସେ କହିଥିଲେ ଯେ ବିଜେପିକୁ ସମର୍ଥନ କରୁଥିବା ମୁସଲମାନଙ୍କୁ ଇସଲାମକୁ ବାହାର କରାଯିବା ଦରକାର । ଭିଡିଓରେ ନୋମାନୀ କଥିତ ରୂପେ ବିଜେପିକୁ ସମର୍ଥନ କରୁଥିବା ମୁସଲିମଙ୍କୁ ତାଚ୍ଛଲ୍ୟ କରି ନିଜ ନାଁ ବଦଳାଇ ଘନଶ୍ୟାମ ରଖିବା ଏବଂ ସମୁଦାୟରୁ ବହିଷ୍କାର କଥା ସଂକେତ ଦେଇଥିଲେ ।
ନିର୍ବାଚନ ପରେ ଏବେ ନୋମାନୀଙ୍କ ଏକ ଚିଠି ସାମନାକୁ ଆସିଛି । ଏଥିରେ ସେ ପୂର୍ବ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି । ଏହାସହ ସଫେଇ ଦେଇ କହିଛନ୍ତି, 'ବିଜେପିକୁ ସମର୍ଥନ କରୁଥିବା ମୁସଲିମଙ୍କ ବହିଷ୍କାର ଉପରେ ଅନେକ ଲୋକଙ୍କ ପ୍ରଶ୍ନର ଜବାବରେ ସେ ଏହା କହିଥିଲେ । ମୋ ବୟାନରେ ଯଦି କାହାର ଭାବନାକୁ ଆଘାତ ପହଞ୍ଚିଛି, ତେବେ ମୁଁ ମୋର ଶବ୍ଦ ଫେରାଇ ନେଉଛି ଏବଂ ବିନା ସର୍ତ୍ତରେ କ୍ଷମା ମାଗୁଛି । ମୁଁ ସବୁବେଳେ ସତ୍ୟ ଏବଂ ନ୍ୟାୟ ପାଇଁ ଲଢେଇ ଲଢିଛି ଏବଂ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କ ବିରୋଧ କରିଛି, ସେ ମୁସଲିମ୍ ହେଉ ଅବା ଆଉ କିଏ ।'
मेरा बॉयकॉट वाला बयान काफ़ी चर्चा में है। ये बयान किसी समाज के ख़िलाफ़ नहीं था या किसी प्रकार से फ़तवा नहीं था। फिर भी यदि किसी की भावनाएँ आहत हुई हैं तो मैं अपने शब्द्ध वापिस लेता हूँ और बिनशर्त माफ़ी माँगता हूँ। पत्र में विस्तार से पढ़ें ⬇️ pic.twitter.com/exRE2KzYcJ
— Sajjad Nomani (@msajjadnomani) November 23, 2024