କଟାରା ୨୫।୧୧: ଜମ୍ମୁ-କାଶ୍ମୀର କଟାରାରେ ବୈଷ୍ଣୋଦେବୀ ଭବନ ପର୍ଯ୍ୟନ୍ତ ରୋପୱେ ନିର୍ମାଣକୁ ବିରୋଧ ଜାରି ରହିଛି। ବିକ୍ଷୋଭକାରୀ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ଏହି ବିରୋଧ ୭୨ ଘଣ୍ଟିଆ ହରତାଳ ରୂପେ ଆରମ୍ଭ ହୋଇଥିଲା, ହେଲେ ଏହାକୁ ଏବେ ଆଉ ୨୪ ଘଣ୍ଟା ବଢାଇ ଦିଆଯାଇଛି। ଏହି ହରତାଳ ଯୋଗୁ ବୈଷ୍ଣୋଦେବୀ ଯାଉଥିବା ଭକ୍ତଙ୍କ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ସେବା ବନ୍ଦ ହୋଇଯାଇଛି। ଏହି ସବୁ ସେବା କେବେ ଆରମ୍ଭ ହେବ ତାର ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ସୂଚନା ନାହିଁ।
ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିବା ପାଇଁ ଭକ୍ତଙ୍କ ନିମନ୍ତେ ଉପଲବ୍ଧ ହେଉଥିବା ଘୋଡ଼ା, ପିଠୁ ଓ ପାଲିଂକୀ ସେବା ଏବେ ବନ୍ଦ ରହିଛି। ଏହା ଛଡା କଟାରାରୁ ବୈଷ୍ଣୋଦେବୀ ଭବନ ଯିବା ରାସ୍ତାରେ ପଡୁଥିବା ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି। ତେବେ ମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡର ଦୋକାନ ବଜାର ସବୁ ଖୋଲା ରହିଛି। ବିକ୍ଷୋଭକାରୀ କଟାରା ରୋପୱେ ନିର୍ମାଣ ବିରୋଧରେ ଶୋଭାଯାତ୍ରା ବାହାର କରି ମାତା ବୈଷ୍ଣୋଦେବୀ ସ୍ରାଇନବୋର୍ଡର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।
ବିକ୍ଷୋଭକାରୀଙ୍କ ଦାବି ରୋପୱେ ପୁରୁଣା ଓ ପାରମ୍ପରିକ ମାର୍ଗରେ ନିର୍ମିତ ହେବା ଦରକାର। କାରଣ ଏହା ପ୍ରାଚୀନ ଟ୍ରାକ୍ କୁ ଅବହେଳା କରିବା ଭଳି ହେବ। ଏହି ବିରୋଧ ସେବେଠାରୁ ଆରମ୍ଭ ହୋଇଛି ଯେବେ ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡ ତାରାକୋଟ ମାର୍ଗରୁ ସାଞ୍ଝିଛତ ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଯାତ୍ରୀ ରୋପୱେ ନିର୍ମାଣର ଘୋଷଣା ହେଲା। ଦୋକାନୀ ଓ ଘୋଡ଼ା, ପାଲିଂକୀ ସଞ୍ଚାଳକ ଏହି ଯୋଜନା ବିରୋଧରେ ହରତାଳ କରୁଛନ୍ତି, ଯାହାକୁ ଏବେ ଆହୁରି ୨୪ ଘଣ୍ଟା ବଢ଼ାଇ ଦିଆଯାଇଛି।