ଭୁବନେଶ୍ୱର ୧୪।୧୧ : ଭରତପୁର ଥାନାରେ ସେନା ଅପିସର-ପୋଲିସ ବିବାଦ ମାମଲା । ଗୁରୁବାର ଦିନ କମିଶନଙ୍କ ନିକଟରେ ହାଜର ହୋଇଥିଲେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ । ଏଥିସହିତ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ଓକିଲ ସନ୍ଦୀପ ରାଜ ପଣ୍ଡା ହାଜର ହୋଇଥିବା ବେଳେ ନିଲମ୍ବିତ ତିନି ମହିଳା ଥାନା କର୍ମଚାରୀଙ୍କ ଓକିଲ ହାଜର ହୋଇଛନ୍ତି । ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ କମିଶନ ନୋଟିସ୍ କରିଥିଲେ ।
ସେହିପରି ଭରତପୁର ଥାନାରେ ପୋଲିସ ସେନା ଅଧିକାରୀ ବିବାଦ ମାମଲାରେ ସ୍ପଟ୍ ଭିଜିଟ୍ କରିବେ ତଦନ୍ତ କମିଶନ। ତଦନ୍ତ କମିଶନ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ଘଟଣାସ୍ଥଳକୁ ଯିବେ । ୧୯ ତାରିଖରେ ଭରତପୁର ଥାନା ଏବଂ ପଥରଗାଡ଼ିଆ ଛକ ଅନୁଧ୍ୟାନ କରିବେ ତଦନ୍ତ କମିଶନ | ପୀଡିତାଙ୍କ ବାପା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOP ରୁ ସ୍ପଷ୍ଟ ହୋଇଛି ଯେ ପୋଲିସ SOP ମାନିନାହିଁ | ସେଥିପାଇଁ ପୋଲିସ ବିରୋଧରେ ଡିଜିପି ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି | ଆଜି କମିସନଙ୍କ ପକ୍ଷରୁ ୧୬ ଜଣଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା | ଅଭିଯୋଗ ଏବଂ ପ୍ରତି ଅଭିଯୋଗର ସତ୍ୟପାଠ ଆଦାନ ପ୍ରଦାନ ହେବା ସହ ଆସନ୍ତା ୩୦ ତାରିଖରେ ସତ୍ୟପାଠର ଜବାବ ରଖିବା ପାଇଁ ଧାର୍ଯ୍ୟ କରାଯାଇଛି |